ହୃଦୟ
ହୃଦୟ
ହାତ ମୁଠା ପରି ଆମ ହୃଦୟଟି
ବିଶ୍ୱ ବ୍ରହ୍ମାଣ୍ଡ ମିଶି ଏକ ହେଲେ
ସାନ ହୋଇଯାଏ ସିନା ଏଠି
କିଏ ହେବ ଏ ମେସିନ ପରିଟି
ଏ ବନ୍ଦ ହେଲେ ଜୀଵ ଶବ ହୁଏଟି।
ସମ୍ପର୍କର ପାଇଁ ଲାଲଚି ସେ
କେବେ ସେ ଚହଲି କେବେ ଦୋହଲି
ସବୁ ଯନ୍ତ୍ରଣାକୁ ଏକା ପିଇ ଯାଏ
ନିରୋଳା ସିନିହ ପାଇଲେ ଟିକିଏ
ଆପେ ବନ୍ଧା ପଡ଼ିଯାଏ"ସେ"ଟି।।
କୋଠରି ଭର୍ତ୍ତି ତା ଖାଲି ଭାବ
ନଈ ଧାର ପରି ସଦା ସେ ପହଁରି
ଦରଦୀ ମନଟେ ଖୋଜୁଥିବ
ଏମିତି ଥାନ ମାନ ପାଇଲେ ଜୀବନେ
ପାଇଯାଏ "ସେ' ସମ୍ପଦ କୋଟି।।
କେବେ କେବେ ଏଇ ଭାବ ପାଇଁ
ଛୁରୀ ବନ୍ଧୁକ ସେ ହାତରେ ଧରିକି
କାହାର ଜୀବନ ପାରେ ନେଇ
ହିଂସା ପ୍ରତିଶୋଧେ ଭୁଲି ସେ ବିବେକ
ଭୁଲ କରି ବସେ କୋଟି କୋଟି।।
ସବୁବେଳେ କାମେ ଲାଗିଥାଏ
ବିଶ୍ରାମ ତାହାର ନୁହଁଇ ଲୋଡ଼ା
ଏଡକି ଟିକିଏ କେତେ କଥା ହାୟ
ସେଇ ଘରଟିରେ ହେଉଅଛି ଜାଗା
କି ଅଦ୍ଭୁତ ଚମତ୍କାରୀ ବାକ୍ସ ଟି ?
ଧକ୍ ଧକ୍ ଯେବେ ବନ୍ଦ ହେବ
ସବୁ ସମ୍ପର୍କ କୁ ପଛରେ ପକାଇ
ଏକ ମୁହା ହୋଇ ଚାଲିଯିବ
କୁଆଡୁ ଆସିଲା କୁଆଡୁଆକୁ ଗଲା
ବୁଝାପଡ଼େ ନାହିଁ "ଏ" କଥାଟି।।
