ବାପୁ ,ଆମ ପୂଜ୍ୟ ପରମ୍ପରା
ବାପୁ ,ଆମ ପୂଜ୍ୟ ପରମ୍ପରା
ହେ ବାପୁ
ବିବଶ ନଥିଲ ତୁମେ
ବାସ୍ତବ,ବିକ୍ଷିପ୍ତ ଆଉ ବଳିଷ୍ଠ ଚରିତ୍ର
ତୁମ ସତ୍ତା ଏବେ ବି ସମୃଦ୍ଧ,
ଏ ଦେଶରେ ଖାଲି ନୁହେଁ ,
ସମଗ୍ର ବିଶ୍ୱରେ ।
ସଂଗ୍ରାମ ତୁମରି ଥିଲା
ବର୍ବରତା, ନିଷ୍ଠୁରତା ଆଉ
ଅନ୍ୟାୟ ଉପନିବେଶ ବିରୋଧରେ ,
ସିଏ ପୁଣି ଶାନ୍ତିର ସମର
ଅହିଂସା ଅସ୍ତ୍ରକୁ ନେଇ ଅଲିଭା ଭାସ୍ବର ।
ଦ୍ବନ୍ଦ୍ୱର ଦୁନ୍ଧୁଭି ଦେଇ
ଅଟଳ ଅପ୍ରତିଦ୍ବନ୍ଦୀ ଭାବେ
ଗାଁରୁ ସହର,ସହରରୁ ଗାଁ ,
କ୍ଷେପିଥିଲା ତୁମରି ନିର୍ଲିପ୍ତ ବ୍ୟକିତ୍ୱ ।
ବିଶାଳ ହୃଦୟର ପ୍ରତୀକ ତୁମେ,
ହିମାଳୟ ପରି ନିଶ୍ଚଳ,ସୁଦୃଢ଼
ବୁଦ୍ଧଙ୍କ ଭଳି ସଂଘ,ସନ୍ଥ ଆଉ
ମାନବଧର୍ମର ଆବାହକ ଥିଲ ତୁମେ
ଶୈବତ୍ୱ,ଜୈନତ୍ୱ ଆଉ ବୁଦ୍ଧତ୍ୱର
ତ୍ରିବେଣୀ ସଙ୍ଗମ,ତୁମ ବ୍ୟକ୍ତିତ୍ୱରେ ।
ତୁମେ ଚିନ୍ମୟ,
ତୁମେ ସମନ୍
ୱୟ
ପ୍ରାସଙ୍ଗିକତା ଆଉ
ଅପ୍ରାସଂଗୀକତାର
ସକଳଙ୍କ ପାଇଁ ବାଂଛି ବାଂଛି
ଶୀକାର ହୋଇଥିଲ
ଅବାଞ୍ଛାନିୟତାର
ଜାତି,ଧର୍ମ,ବର୍ଣ୍ଣ, ସବୁର
ନାମ ଦେଇଥିଲ,"ମାନବିକତା" ।
ବ୍ରହ୍ମଚର୍ଯ୍ୟର ବ୍ରତୀ,
ତୁମେ ବ୍ରହ୍ମଚIରୀ
ନିଜ ଜନ୍ମଜାତକକୁ
କରିଥିଲ ଲୋକାର୍ପଣ,
ଦେଶ ହାତେ , ଜାତି ହାତେ
ହେ ଦେଶଭକ୍ତ
ଉଚ୍ଚ ନୀଚ,ଭେଦଭାବବିହୀନ
ସର୍ବଧର୍ମ ସମନ୍ୱୟ
ଥିଲା ତୁମ ପ୍ରାଣର ପ୍ରଣୟ
ସର୍ବାଗ୍ରେ,ସମୃଦ୍ଧ ସଂକଳ୍ପ ଥିଲା ତୁମ
ସମଗ୍ର ବିଶ୍ୱର ପାଇଁ ।
ହେ ଦାର୍ଶନିକ
ହେ ବିଶ୍ୱ ନାୟକ
ହେ ଚିର ନମସ୍ୟ
ଆତ୍ମ ତ୍ୟାଗ,ଅତ୍ମୋସର୍ଗ,
ଆତ୍ମ ବଳିଦାନ,ସବୁ ଥିଲା
ତୁମ ଅଙ୍ଗ ଅଳଙ୍କାର
ତୁମ ଲୋକାର୍ପଣ ଭାବ
ହେଉ ଆମ ମନର ଗହଣା
ତୁମରି ଆଦର୍ଶ ହେଉ ଆମ
ପୂଜ୍ୟ ପରମ୍ପରା ।