STORYMIRROR

Hrushikesh Satpathy

Inspirational

4  

Hrushikesh Satpathy

Inspirational

ସକଳ ଜ୍ୟୋତିର ମହାଜ୍ୟୋତି ତୁମେ

ସକଳ ଜ୍ୟୋତିର ମହାଜ୍ୟୋତି ତୁମେ

1 min
233


ଆକାର ରୂପରେ ନିରାକାର ତୁମେ ,

ସସୀମ ପୃଷ୍ଠରେ ବ୍ୟାପ୍ତ ,ଅସୀମ !

ସଗୁଣ ଗର୍ଭରେ ନିର୍ଗୁଣ ନିର୍ଯ୍ୟାସ ,

ଉପମା ଊର୍ଦ୍ଧ୍ୱେ ତୁମେ ଅନୁପମ !!


ଭାବରେ ଅଭାବ , ଅଭାବରେ ଭାବ ,

ଏକରେ ଅନେକ , ଅନେକେ ଏକ !

ତୁମେ ହିଁ ବିଶ୍ଵାତ୍ମା , ବିଶ୍ୱ ପାଇଁ ଆତ୍ମା ,

ସମଗ୍ର ବିଶ୍ୱ ତୁମରି ଶାବକ !!


ଆକାର ଥାଇ ବି ନିରାକାର ତୁମେ ,

ତୁମ ବର୍ଣ୍ଣମାଳା ଅବର୍ଣ୍ଣନୀୟ !

ଦିବ୍ୟ ପ୍ରତିମା ରୂପରେ ଦୃଶ୍ୟମାନ ,

ତୁମରି ଦର୍ଶନ ଅତୁଳନୀୟ !!


ପଞ୍ଚଭୂତ , ପଞ୍ଚତନ୍ତ୍ର, ଚତୁର୍ବେଦ 

ତୁମରି ତତ୍ତ୍ୱର ମହାଦର୍ଶନ !

ସାମାନ୍ୟ ଭିତରେ ଅସାମାନ୍ୟ ତୁମେ ,

ଅସମ୍ଭବ ତୁମ ତତ୍ତ୍ୱ-ଚିତ୍ରଣ !!


<

/p>

ରୂପରେ ଅରୂପ , ଅରୂପରେ ରୂପ ,

ସାଗର ରୂପରେ ମହାସାଗର !

ଆକାଶର ନୀଳିମାରେ ବିସ୍ତାରିତ ,

ଦିଗ୍ଵଳୟେ ଦିଶ ଚିରସୁନ୍ଦର !!


ସାଧାରଣ-ନେତ୍ରେ କ୍ଷୁଦ୍ର, ଅବିକଳ୍ପ ,

ଚେତନା-ନେତ୍ରରେ ତୁମେ ବୃହତ୍ତ !

କାଳ ପାଇଁ ତୁମେ ମହାକାଳ ରୂପୀ ,

ସାରା ଜଗତର ଶ୍ରୀଜଗନ୍ନାଥ !!


ଶ୍ରୀମନ୍ଦିରେ ରତ୍ନସିଂହାସନେ ଥାଇ 

ବିଶ୍ୱବ୍ରହ୍ମାଣ୍ଡର ମହାପାଳକ !

ନନ୍ଦିଘୋଷେ ବିଶ୍ୱପ୍ରେମିକ ରୂପରେ 

ଦର୍ଶନ କରନ୍ତି ଭକ୍ତ , ଦର୍ଶକ !!


ସକଳ ଜ୍ୟୋତିର ମହାଜ୍ୟୋତି ତୁମେ ,

ତୁମେ ତମସୋ ମା ଜ୍ୟୋତିର୍ଗମୟ !

ଦିବ୍ୟ ଚେତନାର ଚକାନୟନରେ 

ଅସ୍ତି ତେଜୋବନ୍ତ ରଶ୍ମିବଳୟ  !!


Rate this content
Log in

Similar oriya poem from Inspirational