ଧନ୍ୟ ହେଲା ଦେଶ ତୁମକୁ ପାଇ,
ଧନ୍ୟ ହେଲା ଦେଶ ତୁମକୁ ପାଇ,
ଧନ୍ୟ ହେଲା ଦେଶ ତୁମ କୁ ପାଇ
ସ୍ମରଣୀୟ ଏହି ଅକ୍ଟୋବର ଦୁଇ
କାଳ କାଳ ପାଇଁ ରହିଲା ନାମ
ଏ ପୁଣ୍ୟ ତିଥିରେ ହେଲ ଜନମ ।
ଗୁଜୁରାଟ ରାଜ୍ୟ ପୋର୍ ବନ୍ଦର
ସେ ଦିନ ଆନନ୍ଦେ ହେଲା ବିଭୋର
ଅଠର ଶହ ଅଣ ସ୍ତରୀ ମସିହା
ଅକ୍ଟୋବର ଦୁଇ ଜାଣେ ଦୁନିଆଁ ।
ପୂତୁଲି ବାଈ ଙ୍କ କୋଳ ମଣ୍ଡନ
କରିଲେ ମୋହନ ଜଗତ ପ୍ରାଣ
କରମ ଚାନ୍ଦ ଙ୍କ ଯୋଗ୍ୟ ନନ୍ଦନ
ଅହିଂସା ପୂଜାରୀ ଚୀର ବନ୍ଦନ ।
ପାଠ ପଢି ଭଲ ମଣିଷ ହୋଇ
ଦେଶ କୁ ସ୍ବାଧୀନ କରିବା ପାଇଁ
ଅହିଂସା ମନ୍ତ୍ର ରେ ଦୀକ୍ଷିତ ହୋଇ
ସ୍ୱାଧୀନତା ନାବ ଥିଲ ଟି ବାହି ।
ତୁମ ଯୋଗୁଁ ଆମେ ହେଲୁ ସ୍ୱାଧୀନ
ସ୍ୱାଧୀନତା ମଧୁ କରିଲୁ ପାନ
ଜାତି ପାଇଁ ଥିଲା ତୁମ ଜନମ
ଜାତିର ଜନକ ଘେନ ପ୍ରଣାମ ।
ପୁଣ୍ୟ ଜନ୍ମ ତିଥି ଆଜି ଦିନ ରେ
ପୂଜୁ ଛୁ ହେ ବାପୁ ତୁମ୍ଭ ପୟରେ
କୃତଘନ ନୋହି କୃତଜ୍ଞ ହେବୁ
ମାତୃଭୂମି ସେବା ବ୍ରତ କରିବୁ ।
କରିବ ଆଶିଷ ହେ ମହମନା
ମନରେ ଭରିବ ଦିବ୍ୟ ଭାବନା
ଦେଶ ସୁରକ୍ଷା ରେ ବ୍ରତୀ ହୋଇବୁ
ତୁମ ଆଦରସ ପଥେ ଚାଲିବୁ ।