STORYMIRROR

Satyabati Swain

Inspirational

3  

Satyabati Swain

Inspirational

ପିଲା ବୟସ

ପିଲା ବୟସ

1 min
314

ସମୟ ଦୌଡୁଥିଲା 

ମୋ ଆଗେ ଜୋରେ ଜୋରେ 

ପାହୁଣ୍ଡ ପକାଇ ମଚ୍ ମଚ୍

ପିନ୍ଧିଥିଲା ଦାମୀ ରଙ୍ଗୀନ ଜୋତା

ମୋ ' ପିଲା ବୟସ।"

କେଡେ ଫାଜିଲିଟା ବା ଏ ବୟସ

କି କ୍ଷୀପ୍ର ୟାର ଗତି!!

ନାକେଦମ୍ କରି ରଖିଲାଣି 

ଦୌଡାଇ ଦୌଡାଇ

ହେ ମୁଁ ଆଉ ଦଉଡ଼ି ପାରିବି ନାହିଁ 

ଯା ତୋ ମନ ଇଚ୍ଛା ଯେତେ

ପାରୁଛୁ ଦଉଡୁ ଛିଟ ଦୁଷ୍ଟ ପ୍ରଜାପତିଟା।

ପଛରୁ ମୋର କିଏ ଟାଣି ଧରିଲା

ହଇ ଲୋ ନାକ କାନ୍ଦୁରି 

ଝାମ୍ପୁଲି ମୁଣ୍ଡି ..

ସେ ପାଟିରେ ହାତ ଦେଇ ହସିଲା।

ଏ...ଏ ..କଣ ଏମିତି ହସୁଛୁ?

ସେ ଆହୁରି ଟିକେ 

ଖିଲି ଖିଲି ହେଲା

ରହ ତୋ ମଜା ଦେଖୁଛି;

କଥା ନାଇଁ ଖାଲି ହସରେ ବିଜୁଳି

ବିନା ମେଘ ଆକାଶେ

ଏଥର ସେ ବଡ଼ ପାଟିରେ 

ହୋ ହୋ ହୋଇ ହସିଲା

ମୋ ରାଗର ଲାଭା ତରଳି ତାକୁ ଛୁଇଁଲା

ତେବେ ବି ସେ ହସୁଥିଲା

ଗୋଟେ ପ୍ରଶାନ୍ତିର 

ମୋ ଲାଭାରେ ଜଳିବାକୁ 

ତାକୁ କାଳେ ଭଲ ଲାଗୁଥିଲା !

ସେ ତାର ହୋଇ ଆଉ ନଥିଲା

ମୋ ଭିତରେ ପଶି କେଉଁଠି ଲୁଚିଗଲା

ମୁଁ ଚକିତ ହେଲି

ତାକୁ ଖୋଜିଲି 

ଇଆଡ଼େ ସିଆଡେ ଅନେଇଁ

ଓଃ ସେ ମୋ ଛାତିକୁ 

ଗୋଟେ ବିଧା ମାରି

ଦୁଷ୍ଟାମୀରେ ଫାଟି ପଡୁଥିଲା।

ମୂର୍କି ମୂର୍କି ହସି

ମୋତେ ବେଶୀ ତତାଉ ଥିଲା

କୋଳରେ ବସି 

ମୋ ମୁହଁକୁ କରୁଣ ହୋଇ ଅନାଇଁ

ଅଭିମାନ କରି କହିଲା ଯା 

ମୁଁ ତୋ ସଙ୍ଗେ ଜମାରୁ କଥା ହେବିନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational