ଜଣାଣଘନାଶ୍ୟାମ ଜେନା
ଜଣାଣଘନାଶ୍ୟାମ ଜେନା
କମଳ ଚରଣେ, ଆଶ୍ରାକରି ମନ
ଆନନ୍ଦରେ ହଜି ଯାଆରେ।
ନିତ୍ୟ ନିରନ୍ତର, ନୟନରୁ ନିର
ନିରନ୍ତର ଢାଳୁ ଥାଆରେ।
କମଳ ଚରଣେ ଆଶ୍ରା କରି ମନ ।
ସକଳ ବିଷୟ ବାସନା ବରଜି
ହଜିଯିବୁ ନାମ ରସ ପାନେ ମଜ୍ଜି
ଯେଉଁ ନାମ ରସ, ସକଳ କଳୁଷ
ହରଣ କରିବ ଆଜରେ।
କମଳ ଚରଣ ଆଶ୍ରାକରି ମନ ।
ମୋହ ମାୟା ଭରା, ଅଚିର ସଂସାର
କେହି କେବେ ଏଠି ,ନୁହଁରେ କାହାର
ସକଳ କଷଣ ଦୂଷଣ ନାଶିବେ,
ସେହି ଏକା ଚଉବାହାରେ।
କମଳ ଚରଣେ ଆଶ୍ରା କରି ମନ ।
