STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଏଇ ମଣିଷ

ଏଇ ମଣିଷ

1 min
387

ଏଇ ମଣିଷଟି

ଯାହାର ମୁଁ ଛାଇ

ଖୁସିରେ ଅଧୀର ଅଥୟ ହୋଇ

ମୋ ସଫଳତାରେ

ଏତେ ଏତେ କାନ୍ଦିଥିଲା ଯେ

ମୋ ତମାମ ହୃଦୟ ଓଦା ହୋଇ

ନଈ ହୋଇଗଲା।


ଦୁର୍ବଳ ହୋଇଗଲେ

 ଜିତିବା ମଣିଷ ବି ହାରିଯାଏ

 ତୁ ମୋ ଜିତିବା ପୁଅ

 ତୋ ଭାଗ୍ୟରେ ଈଶ୍ୱର ଭଲ ଲେଖିଛନ୍ତି

 ତୁ ସାହସ ହାରେନା

 ଶକ୍ତ ହୁଅ

 ପରିଶ୍ରମ କର 

 ଈଶ୍ୱରଙ୍କ ଉପରେ ବିଶ୍ୱାସ ଭରସା ରଖ

 ଈଶ୍ୱର କଣ ସବୁଦିନେ କାହା ଭାଗ୍ୟରେ 

 ଏତେ ଦୁଃଖ ଲେଖି ରଖିଥିବେ !

 ତୋ ସ୍ୱପ୍ନ ତୁ ପୁରଣ କରି ପାରିବୁ

 ଏହା ଜଣେ ମାଆର ବିଶ୍ୱାସ।


 ହାରି ଯାଇ ଅଭିମାନ କରି

 ଅସହାୟତା ଯେତେବେଳେ ମୋ ମେରୁଦଣ୍ଡରେ

 ଦେଉଥିଲା ଶକ୍ତ ପାହାର ପରେ ପାହାର

 ଲୋଚା ମୋଚା ହୋଇଯାଉଥିଲେ ସ୍ୱପ୍ନ

 ଏମିତି ଉର୍ଜା ଭରୁଥିବା ମଣିଷଟିଏ ଏ।

 

 ରାତି ରାତି 

 ମୋ ପାଖେ ବସି

 ଏଇ ମଣିଷଟି ଢୁଳାଉଥିଲା

ଗୋଡ଼ରେ ତେଲ ଘଷି 

ମୋତେ କଡ଼କା କରି

ଚାହା କରି ଦେଉଥିଲା

ରାତି ଅଧରେ ଚୁଲି ଜାଳି

ମୁଁ ପଢିବି ବୋଲି।


ଏମିତି ଦୁଃଖ କଷ୍ଟ ଭିତରେ

 ସଢ଼ି ସଢ଼ି ଶେଷରେ 

 ମୁଁ ମୋରି ଅଫିସରେ ପିଅନରୁ

 ଓ.ଏ.ଏସ୍ ଓ ପାଇଗଲି

 ଆଃ ସେଦିନ କି

ଖୁସି !

ସବୁଠୁ ଏତେ ଖୁସିରେ 

ଅଧିକ କାନ୍ଦିଥିଲା ଏଇ ମଣିଷଟି

ବାପାଙ୍କୁ ତେତିଶି ବର୍ଷରେ ହରେଇ

ମୋତେ ଛାତିରେ ଜାକି

ତପସ୍ୟା କରୁଥିଲା ଏତେ କାଳ ଯିଏ।


ତୁମେ କଣ କହୁଛ ନା ବର୍ତ୍ତିକା !

ତାକୁ ନେଇ

ଜରାଶ୍ରମେ ଛାଡି ଦେବି !!

ଯଦି ଏଇ ମଣିଷଟି ସହ

ତୁମେ ରହିବା ମୁସ୍କିଲ ଭାବୁଛ

ତେବେ ଖୋଲି ଦେଉଛି

ମୋ ସମାଜ ସ୍ୱୀକୃତ ପଞ୍ଜୁରୀ

ତୁମେ ଉଡିଯାଇ ପାର

କିନ୍ତୁ ମନେ ରଖିବ

ମୁଁ କୌଣସି ପରିସ୍ଥିତିରେ ବି

ଏଇ ମଣିଷଟିକୁ

ମୋ ପାଖରୁ

ଦୂର କରି ଆତ୍ମା ବିହୀନ

ମଡାର ଜୀବନ ଜୀଇଁପାରିବି କି ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational