ସଙ୍କଟମୋଚନ
ସଙ୍କଟମୋଚନ
କୁରୁକ୍ଷେତ୍ର ରଣାଙ୍ଗନେ ଲାଗିଛି ସମର l
ମୁହାଁ ମୁହିଁ ଛିଡ଼ା କର୍ଣ୍ଣ ପାର୍ଥ ଧନୁର୍ଦ୍ଧର ll
ନନ୍ଦିଘୋଷ ରଥେ ବିଜେ ଶ୍ରୀକୃଷ୍ଣ ସାରଥୀ l
କର୍ଣ୍ଣ ରଥ ଚାଳୁଥାନ୍ତି ଶଲ୍ୟ ମହାରଥୀ ll
ନନ୍ଦିଘୋଷ ଧ୍ଵଜେ ବିଜେ ପବନ ନନ୍ଦନ l
ତୀକ୍ଷ୍ମ ଦୃଷ୍ଟିରେ କରନ୍ତି ଯୁଦ୍ଧ ନୀରିକ୍ଷଣ ll
ଥରହର ରଣଭୂମି ବୀରଙ୍କ ହୁଙ୍କାରେ l
ପେଷୁଥାନ୍ତି ମହା ଅସ୍ତ୍ର ବୀର ପରସ୍ପରେ ll
ଶ୍ରୀଗୁରୁ ସ୍ମରି ରା଼ଧେୟ ପେଷିଲେ ସର୍ପାସ୍ତ୍ର l
ନନ୍ଦିଘୋଷ ସଙ୍ଗେ ଗିଳି ଦେବ ସେ ସମସ୍ତ ll
ଶ୍ରୀକୃଷ୍ଣ ଚିନ୍ତିଲେ ଆହେ ହେ ବୀର ମାରୁତି l
ଏ ସଙ୍କଟ କାଳେ ତୁମ୍ଭେ ଅଟ ଏକା ସାଥି ll
ମହାଭାରେ ଚାପି ତୁମ୍ଭେ ନନ୍ଦିଘୋଷ ରଥ l
ପାତାଳେ ପଶିଲା ସର୍ପ ବାଣ ଗଲା ବ୍ୟର୍ଥ ll
ତୁମ୍ଭର ମହିମା କେହି ବଖାଣି କି ପାରେ ?
ମାରୁତି ସଙ୍କଟ ହର ତୁମ୍ଭେ ଏ ସଂସାରେ ll
ଆଞ୍ଜନେୟ ରାମ ଦୂତ ମାରୁତି ନନ୍ଦନ l
ସଙ୍କଟମୋଚନ କରେ ଚରଣ ବନ୍ଦନ ll
