Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ପରକିୟା ପ୍ରୀତି

ପରକିୟା ପ୍ରୀତି

1 min
293


ନିଦ ହଜି ଯାଏ      ନେତାଙ୍କ ଆଖିରୁ

      ପଲକ ପଡୁନି ଜମା

ଲହ ଲହ ଜିହ୍ୱା       କାଢି ନାଗଫାଶ 

      ପଛରୁ ଗୋଡାଏ ଅନା ।


କ୍ଷମତା ସମ୍ପଦ       ହୋଇଯିବ ରଦ୍ଦ

      ଗୁମର ତ ଖୋଲିଲାଣି

ମିଠା କ୍ଷୀର ଯା'ରେ   ଦେଇ ପାଳିଥିଲେ

       ହୋଇଗଲା ବେଇମାନି ।


 ଟିକିନିଖି ତଥ୍ୟ     ଇଡି ଖୋଜିଲାଣି 

      ଶୁଣି ତ ପୀଳେହି ପାଣି

ଫାଶ କେତେବେଳେ  ଝୁଲିବ ବେକରେ

      ଆଖିକୁ ନିଦ ଆସୁନି ।


କଅଁଳିଆ ଶେଯ    ଏବେ ମନେ ହେଜ

     ମହଙ୍ଗା ଯେ ପଡ଼ିଲାଣି

ରହିଛି ଅନାଇଁ        ଘରର ଘରଣୀ

     ହାତରେ ଧରି ଛାଞ୍ଚୁଣି ।


ପରକୀୟା ପ୍ରୀତି     ଅନ୍ୟାୟ ଅନୀତି

     ଭାଷଣେ କୁହନ୍ତି ନେତା

ହୋଇ କୋଟିପତି    ଖଟୁଥିଲେ ବେଠି

     ବନି ଅର୍ଚ୍ଚନାର କୁତା ।


ଦ୍ଵାପର ଯୁଗରେ     କୃଷ୍ଣ କେଳି କଲେ

     ସହସ୍ର ଗୋପିଙ୍କୁ ନେଇ

କଳିରେ ଅର୍ଚ୍ଚନା     ପ୍ରୀତି ରସେ ସିନା

    କେଳି କରେ ନେତା ପାଇ ।


ବାଜେ ଡିବି ଡିବି     ନେତାଙ୍କର ଡୁବି

     ଦେଉଳେ ଯେମିତି ଯନ୍ତ୍ର

ଅର୍ଚ୍ଚନା ନାଗର        ବିଗୁଲର ସ୍ଵର

     ଫୁଙ୍କି ଦେଲା ଗୁପ୍ତ ମନ୍ତ୍ର ।


ବେହିଆଙ୍କ ଗୁଣ      ଭାରି ଟାଣ ପଣ

     ମୁହଁରେ ମାରନ୍ତି ଆଣ୍ଟ

ହାର୍ଟ ବିଟ ଶ୍ୱାସ      ବହେ ଅଣଚାଶ 

      ଧରିବେ କଲୁରି ବେଣ୍ଟ ।


Rate this content
Log in