STORYMIRROR

Kalandi pal

Inspirational

4  

Kalandi pal

Inspirational

ଘନ କୁହୁଡି

ଘନ କୁହୁଡି

1 min
404

ଶୀତରେ ଶିଶିର ଘନ କୁହୁଡି

ସକାଳୁ ସକାଳୁ ଆସଇ ମାଡ଼ି

ପଛକୁ ପଛ ଯେ ଅନେକ ଗାଡ଼ି

ଲାଗିଛି ରାସ୍ତାରେ ଲମ୍ବାର ଧାଡ଼ି ।।


ଦିଶେ ନାହିଁ ବାଟ ଅନ୍ଧାର ଭଳି

ପାହୁଣ୍ଡେ ଚଳିଲେ ପଡ଼ିବ ବଳି

ଜଗିଛି କୁହୁଡି ନିଶକୁ ମୋଡ଼ି 

ମଣିଷର ଦର୍ପ  ଗଲାଟି ଛାଡି ।।


ସତେ ଧୂମେ ଘେରା ସାରା ଦୁନିଆଁ

ଜଙ୍ଗଲେ ଅବା କି ଲାଗିଛି ନିଆଁ

ଟିପି ଟିପି ବର୍ଷା  ପଡ଼ଇ ଝଡ଼ି

ଦିଶେନି ସୂରୁଜ  ଖରାର ରଡ଼ି ।।


ହିମେ ହିମମୟ  ସାରା ବ୍ରହ୍ମାଣ୍ଡ

ବର୍ଷଇ ଶିଶିର   ବରଫ ଖଣ୍ଡ

ପ୍ରକୃତି ରାଣୀର  ଧବଳ ଶାଢ଼ୀ

ପିନ୍ଧିଛି ଧରଣୀ  ସବୁକୁ ଛାଡି ।।


ସହଜେ ଦିଶେନି  ପଥ କେଉଁଠି

ବୁଲିଲେ ଥଣ୍ଡା ଯେ ଆସଇ ଘୋଟି

ଇତସ୍ଥତଃ ହୋଇ ବିହଙ୍ଗେ ଉଡି

ଭ୍ରମରେ ପଡନ୍ତି   ପଥକୁ ହୁଡ଼ି ।।


ଶିଶିର ବୁନ୍ଦାରେ  ତରୁ ପଲ୍ଲବେ

ଗୁଳ୍ମ ଦୂର୍ବାଦଳ  ଲତା ସରବେ

କରୋନାର ଭଳି  ଘନ କୁହୁଡି

ପଦାରେ ବିପଦ  ଆସଇ ମାଡ଼ି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational