STORYMIRROR

Kalandi pal

Inspirational

4  

Kalandi pal

Inspirational

ଗୁରୁଦେବ ତୁମେ

ଗୁରୁଦେବ ତୁମେ

1 min
15


ଗୁରୁଦେବ ତୁମେ   ଅଜୟ ଅମର

 ପୁଣ୍ୟ ଗଙ୍ଗା ସ୍ରୋତ ଧାରା

ସେଇ ସ୍ରୋତ ଧାରେ ଅଜ୍ଞାନତା ହରେ

 ପାଷାଣ ଜିବନ୍ତେ ତୋରା ।।


ଗୁରୁଦେବ ତୁମ ଆଶୀର୍ବାଦେ ଉଁଏ

ନୂଆ ସୁରୁଜର ଆଭା

ଅଳିଆ ଗଦାରୁ ଅ କୁ ସାଉଁଟି

ଅର୍ପି ଦିଅ ତାର ପ୍ରଭା ।।


ଗୁରୁଦେବ ତୁମ ଦିବ୍ୟଜ୍ଞାନ ସଦା

ମାନବର ସହଚର

ଦିବ୍ୟଜ୍ଞାନ ବଳେ ପଙ୍ଗୁ ଲଭେ ହେଳେ

କାହିଁ ସପ୍ତ ପାରାବାର ।।


ଗୁରୁଦେବ ତୁମ ପଦ ରଜ ରେଣୁ

ଜୀବନେ ଅମୃତ ସମ

ପୁଣ୍ୟ ରେଣୁ ସଦା ତୁଣ୍ଡେ ମୁଣ୍ଡେ ମାରି

ଲଭୁ ଥାଉ ଦିବ୍ୟଜ୍ଞାନ ।।


ଗୁରୁଦେବ ତୁମେ ଜ୍ଞାନର ଭଣ୍ଡାର

କୁହୁକର ପେଡ଼ି ସତେ

କେବେବି ସରେନା ଥାଏ ଅକଳନା

ଯେତେ ବାଣ୍ଟୁ ଥାଅ ସେତେ ।।


ଗୁରୁଦେବ ତୁମ ସେବାରେ ଆନନ୍ଦ

ନାହିଁ ଆଉ କେଉଁ କାର୍ଯ୍ୟେ

ସେ ଆନନ୍ଦ ସିମା କେହି ତ ପାଏନା

ସୁଖ ଶାନ୍ତିର ପ୍ରାଚୁର୍ଯ୍ୟେ ।।


ତୁମେ ଗୁରୁଦେବ ବ୍ରହ୍ମା ବିଷ୍ଣୁ ଶିବ

ତ୍ରିଧାରା ମିଳନ ବିନ୍ଦୁ

ପରଶେ ତୁମର ହରଇ ଅନ୍ଧାର

ଅନ୍ଧକାର ତୁମ ବିନୁ ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational