ତାଳ ଗଛେ ବାନ୍ଧେ ବସା
ତାଳ ଗଛେ ବାନ୍ଧେ ବସା
ମଣିଷ
ବ୍ୟସ୍ତ
ବିବ୍ରତର କଣ୍ଢେଇ;
ସ୍ୱାର୍ଥପର
ନିଜ ସୀମିତ ପୃଥିବୀ
ତେଲ ଲୁଣ ଚିନ୍ତା
ଆର ପାରେ ଅପେକ୍ଷା କରେ ଏକ ନଈ।
ଅଭିମାନିନୀ
ଅତି ଆପଣା ହୃଦୟ ପାଖେ;
କହି ପାରେନି
କିଛି ଅବ୍ୟକ୍ତ
ଡେଣା କଟା ପ୍ରଜାପତି
ନିଇତି ଉଡେ କିନ୍ତୁ ଝରକା ସେପାଖେ।
ସମୟ
ନିଷ୍ଠୁର
ବୁଝେନାହିଁ
ମନ କି ମାନ;
ବହଳେ ଅନ୍ଧାର
ଦରନିଦ ସ୍ୱପ୍ନ
ବିଳାପେ ନିଃଶବ୍ଦେ
ଅଣ୍ଡାଳେ ଜଣେ ନିହାତି ଆପଣା ପଣ।।
ଅଂକେଇ
ବଙ୍କେଇ
ଘନ ଅରଣ୍ୟ ମଧ୍ୟେ
ପଡିଛି କେଜାଣି କୁଆଡକୁ ରାସ୍ତା;
ଚାଳିବାରେ
ଖୁସି କମ୍ ବେଶୀ
ଗହୀର ବିଲର ସ୍ଵନ କରେ ଆକ୍ତାମାକ୍ତା।
ତେବେ ବି ବାଇଆ
ଆଶାରେ
ତାଳ ଗଛେ ବାନ୍ଧେ ବସା;
ସ୍ବପ୍ନ ସବୁ ଉସକାନ୍ତି
ମୋହ ହାତ ଛନ୍ଦେ
ବେକ ଚାରିପଡ଼େ
ଗାରେଇ ହୋଇଯାଏ
ଭେକ ଭୋକ ଭୁଗୋଳର ନକ୍ସା।