Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ

ଗୋବିନ୍ଦ, ଗୋବିନ୍ଦ, ଗୋବିନ୍ଦ

1 min
117



ଗୋବିନ୍ଦ,ଗୋବିନ୍ଦ,ଗୋବିନ୍ଦ

       ଦୟା ସାଗର ଆଦିକନ୍ଦ l

ନନ୍ଦ ନନ୍ଦନ ଗିରିଧାରୀ

         ମଧୁସୂଦନ ଦଇତାରୀ l

କୃଷ୍ଣ ଗୋପାଳ ଚୁଡ଼ାମଣି

       ଯଶୋମତିଙ୍କ ନେତ୍ରମଣି l

ମୁକୁନ୍ଦ କେଶବ ମାଧବ

       ଗୋପିକାନାଥ ରାଧାଧବ l

କରୁଣାସିନ୍ଧୁ ବନମାଳୀ

        ସେବନ୍ତି ଯାକୁ ସିନ୍ଧୁବାଳି l

ନୀଳ ସୁନ୍ଦର ନୀଳମଣି

        କମଳା କାନ୍ତ କମ୍ବୁ ପାଣି l

ବଂଶୀ ବାଦକ ବଂଶୀଧାରୀ

       କଂସାରୀ ହରି ରାବଣାରି l

ଦେବକୀ ସୂତ ବାସୁଦେବ

         ମୁରାରୀ କରୁଣା ଅର୍ଣ୍ଣବ ll

ଦାମ ଉଦରେ ଦାମୋଦର

            ପୀତବସନ ପିତାମ୍ବର l

ପାଣ୍ଡଵ ସଖା ଚକ୍ରଧର

          ପାର୍ଥ ସାରଥୀ ବିଶ୍ଵମ୍ଭର l

ଭକତୁ ନୋହୁଁ କେବେ ଚ୍ୟୁତ

       ଏଣୁ ତୁ ବୋଲାଉ ଅଚ୍ୟୁତ l

ଅସଂଖ୍ୟ ନାମ ବିଶ୍ୱବାସ

           ବିଶ୍ୱାତ୍ମା ଅନନ୍ତ ପ୍ରକାଶ l

ଗୋପିକା ରାଧିକା ରମଣ

          ଶରଣ ରଖ ନାରାୟଣ l

             


Rate this content
Log in

Similar oriya poem from Inspirational