Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଲକ୍ଷ୍ମୀ ସୁଭଦ୍ରାଙ୍କ କଳି

ଲକ୍ଷ୍ମୀ ସୁଭଦ୍ରାଙ୍କ କଳି

1 min
5



ବଡ଼ ଦେଉଳରେ ଲାଗିଗଲା ଦିନେ 

    ଲକ୍ଷ୍ମୀ ସୁଭଦ୍ରାଙ୍କ କଳି l

କଥା କଟା କଟି ମୁହଁ ଫଟା ଫଟି 

   ନାନା ଦ୍ୱନ୍ଦ୍ଵ ଗାଳାଗାଳି ll


ଲକ୍ଷ୍ମୀ କହୁଛନ୍ତି ଆହେ ବନମାଳୀ 

    ଭଉଣୀ ପାଇଛ ଖଣ୍ଡେ l

ବାହା ଦୋହଲାଇ ଛାତିକୁ ଫୁଲାଇ 

    ବୁଲୁଥାଇ ବଡ଼ଦାଣ୍ଡେ ll


ଲାଜ ବୋଲି ଯେଉଁ ଦୁଇଟି ଅକ୍ଷର 

   ଜାତକେ ତାହାର ନାହିଁ l

ସର କ୍ଷୀର ଖାଇ ହଳଦୀ ମୁହିଁଟା 

    ଘିରି ଘିରି ବୁଲୁଥାଇ ll


ତୁଣ୍ଡରେ ତ ତାର ବାଟୁଳି ବାଜେନା 

    ଡବ ଡବ ଯାଏ ବକି l

ନାକକୁ ଫୁଲେଇ ନୋଲକ ହଲେଇ 

   ବୁଲଇ ଯେସନ ବକୀ ll


ସୁଭଦ୍ରା କହନ୍ତି ଶୁଣ ଲୋ ଭାଉଜ 

   ବାସ ଥିଲା ତୁମ୍ଭ ଜଳେ l

କାଳିଆ ଭାଇକୁ ପାଇଛ ମୋହର 

 କେଡ଼େ ତୁମ୍ଭ ଭାଗ୍ୟବଳେ ll


କାଳିଆ ବଳିଆ ଦୁଇଭାଇ ମୋର 

    ଜଗତ ଜୀବନ ହରି l

କିବା ଗୁଣେ ତାଙ୍କ ସରିହେବ ତୁମ୍ଭେ 

    ଜଗତେ ପଡ଼ିଛି ହୁରି ll


ଗ୍ରୀବା ଦୋହଲେଇ ଝଗଡ଼ା କରୁଛ 

    ନାକରେ ନାଇଛ ଗୁଣା l

ବାଇଠାକୁରାଣୀ ମିଛଟାରେ ମୋତେ 

    ଦେଉଅଛ ଉଲୁଗୁଣା ll


ଏ କାଳେ ମିଳିଲେ ବଳଦେବ ଆସି 

    ଶ୍ରୀକ୍ଷେତ୍ର ବଡ଼ ଠାକୁର l

ସୁଭଦ୍ରାଙ୍କୁ ରାଇ କହିଲେ ବୁଝେଇ 

  ଶୁଣଲୋ ଭଉଣୀ ମୋର ll


ବୋହୁ ସାଆନ୍ତାଣୀ ଶ୍ରୀକ୍ଷେତ୍ରର ରାଣୀ 

    ଜଗତର ଠାକୁରାଣୀ l

ମୁରବୀ ପଣରେ ଦି କଥା କହିଲେ 

    ଅବଶ୍ୟ ତାହାକୁ ଶୁଣି ll


ଲକ୍ଷ୍ମୀଙ୍କୁ ବୁଝେଇ କହନ୍ତି ଠାକୁରେ 

   ଶୁଣ ଆହେ ସିନ୍ଧୁଜେମା l

ସୁଭଦ୍ରିକା ଆମ୍ଭ ଗେହ୍ଲା ଭଉଣୀଟା 

   ଗାଳି ଦେବନାହିଁ ଜମା ll


ବଡ଼ ଠାକୁରଙ୍କ ବାଣୀ ଶୁଣି ମାଆ 

    ଦୁଇ କ୍ଷେତ୍ର ଠାକୁରାଣୀ l

କାନ୍ଦି କଇଁ କଇଁ ପଡ଼ିଲେ ଘୁମେଇ 

   ଭଦ୍ରା ସାଗର ଦୁଲଣୀ l।


ଧନ୍ୟ ଧନ୍ୟ ପ୍ରଭୁ ଜଗତ ଠାକୁର 

    ଧନ୍ୟ ତୁମ୍ଭ ପରିବାର l

ବଳିଆ କାଳିଆ ଭଦ୍ରା ସାଗରିକା 

   ଶ୍ରୀକ୍ଷେତ୍ରେ କରିଛ ଘର ll


ହଟିଆ ନଟିଆ ନାଟୁଆ ଠାକୁର 

   ବାନା ଉଡ଼େ ଫର ଫର l

ଚତୁର ନାଗରେ ଚାତର ଠାକୁରେ 

   କୋଟି କୋଟି ନମସ୍କାର l


Rate this content
Log in

Similar oriya poem from Inspirational