STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ଅବୁଝା ମନ

ଅବୁଝା ମନ

1 min
157


ମିଛେକାହିଁ ଦେଖାଉଛୁ ବଡ ଟାଣରେ

ମୋର ମୋର ବୋଲି ମାୟାମୋହେ ଘାଣ୍ଟି

ଭୁଲିଗଲୁ ରାମ ଶ୍ରୀକୃଷ୍ଣ ନାମରେ

ସାଂସାରିକ ବସ୍ତୁ ମୋହରେ  

ଭ୍ରମୁ ନିତ୍ୟ ପଡି ପଛରେ

ପରସ୍ତିରୀ ବିତ୍ତ ଦେଖିଣ 

ଅଥୟ ହୁଅଇ ତୋ ପ୍ରାଣ

ପ୍ରାପ୍ତି ଇଚ୍ଛା ଅର୍ଥେ ମନ୍ଦ କର୍ମ କରି

କଳେବଳେ ନେଉ ଅନ୍ୟ ଜୀବନରେ

ମାୟା ମରିଚିକା ପଛରେ 

ଧାଉଁଥାଉ ତୁ ନିରନ୍ତରେ

ମୃଗ କସ୍ତୁରୀର ସନ୍ଧାନେ 

ଖୋଜିବୁଲଇ ଘୋରବନେ

ତା ନାଭିରୁ ସ୍ରବେ କସ୍ତୁରୀର ଗନ୍ଧ

ଜାଣି ନ ପାରିଣ ତ୍ୟଜେ ପରାଣରେ

କାହିଁ ପଡୁ ମାୟା ମୋହରେ

ଅନ୍ଧ ହେଉ ସଂପର୍କ ଡୋରେ

ମଲାବେଳେ କେହି ନଯିବେ

ଦୁଆରେ ଗୋବର ଛିଞ୍ଚିବେ

ଏକା ଆସିଅଛୁ ଏକା ଚାଲିଯିବୁ

ଏହା ଅଟେ ମନ ବିଧିବିଧାନରେ

ଚେତାଇ ଦେଉଛିରେ ମନ 

କୃଷ୍ଣପାଦେ ଦିଅତୁ ଧ୍ୟାନ

ହରି ସେ ସର୍ବ ଦୁଃଖ ହରେ

ସଂସାର ସାଗରୁ ଉଦ୍ଧାରେ

ପଦ୍ମନାଭ ପାଦେ ଭଜ ଭକ୍ତି ଭାବେ

ମୁଢ଼ ଅନ୍ତର୍ଯ୍ୟାମୀ ଚିନ୍ତେ ମୋହନ ରେ

ମିଛେକାହିଁ ଦେଖାଉଛୁ ବଡ ଟାଣରେ

ମୋର ମୋର ବୋଲି ମାୟାମୋହେ ଘାଣ୍ଟି

ଭୁଲିଗଲୁ ରାମ ଶ୍ରୀକୃଷ୍ଣ ନାମ ରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational