Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ଅବୁଝା ମନ

ଅବୁଝା ମନ

1 min
205



ଅବୁଝା ମନ , 

   ମିଛେ କାହିଁ ଦେଖାଉଛୁ ବଡ ଟାଣରେ । ।

ମୋର ମୋର ବୋଲି ମାୟାମୋହେ ଘାଣ୍ଟି ।

ଭୁଲିଗଲୁ ରାମ ଶ୍ରୀକୃଷ୍ଣ ନାମ ରେ . . . .

ଅବୁଝା ମନ . . . .।ଠା

ସାଂସାରିକ ବସ୍ତୁ ମୋହରେ   

            ଭ୍ରମୁ ନିତ୍ୟ ପଡି ପଛରେ ।

ପରସ୍ତିରୀ ବିତ୍ତ ଦେଖିଣ 

             ଅଥୟ ହୁଅଇ ତୋ ପ୍ରାଣ ।

ପ୍ରାପ୍ତି ଇଚ୍ଛା ଅର୍ଥେ ମନ୍ଦ କର୍ମ କରି ।

କଳେବଳେ ନେଉ ଅନ୍ୟ ଜୀବନରେ . . . .

ଅବୁଝା ମନ. . . . I୧I

ମାୟା ମରିଚିକା ପଛରେ 

            ଧାଉଁଥାଉ ତୁ ନିରନ୍ତରେ ।

ମୃଗ କସ୍ତୁରୀର ସନ୍ଧାନେ 

             ଖୋଜିବୁଲଇ ଘୋରବନେ । 

ତା ନାଭିରୁ ସ୍ରବେ କସ୍ତୁରୀର ଗନ୍ଧ ।

ଜାଣି ନ ପାରିଣ ତ୍ୟଜେ ପରାଣ ରେ . . . .

ଅବୁଝା ମନ . . . . I୨I

କାହିଁ ପଡୁ ମାୟା ମୋହରେ

         ଅନ୍ଧ ହେଉ ସଂପର୍କ ଡୋରେ ।

ମଲାବେଳେ କେହି ନଯିବେ

          ଦୁଆରେ ଗୋବର ଛିଞ୍ଚିବେ ।

ଏକା ଆସିଅଛୁ ଏକା ଚାଲିଯିବୁ ।

ଏହା ଅଟେ ମନ ବିଧିବିଧାନ ରେ . . . .

ଅବୁଝା ମନ. . . . I୩I

ଚେତାଇ ଦେଉଛିରେ ମନ 

          କୃଷ୍ଣପାଦେ ଦିଅତୁ ଧ୍ୟାନ ।

ହରି ସେ ସର୍ବ ଦୁଃଖ ହରେ

           ସଂସାର ସାଗରୁ ଉଦ୍ଧାରେ ।

ପଦ୍ମନାଭ ପାଦେ ଭଜ ଭକ୍ତି ଭାବେ ।

ମୁଢ଼ ଅନ୍ତର୍ଯ୍ୟାମୀ ଚିନ୍ତେ ମୋହନ ରେ . . .

ଅବୁଝା ମନ , 

   ମିଛେକାହିଁ ଦେଖାଉଛୁ ବଡ ଟାଣରେ । ।

ମୋର ମୋର ବୋଲି ମାୟାମୋହେ ଘାଣ୍ଟି ।

ଭୁଲିଗଲୁ ରାମ ଶ୍ରୀକୃଷ୍ଣ ନାମ ରେ . . . .

ଅବୁଝା ମନ . . . .।୪।


ଜୟ ଶ୍ରୀରାଧେ ।


Rate this content
Log in

Similar oriya poem from Inspirational