ରୂପ ମାଧୁର୍ଯ୍ୟ
ରୂପ ମାଧୁର୍ଯ୍ୟ


ଦେଖି ତୋ କମନୀୟ ରୂପକାନ୍ତି
ଜାଗଇ ସ୍ନେହ ମୋହ-ମାୟା ପ୍ରୀତି ॥
ସାଂସାରିକ ମୋହମାୟା ତୁଟଇ
ତୋର ଚରଣରେ ପ୍ରୀତି ବଢ଼ଇ ॥
କ୍ଷଣେ ନ ଦେଖିଲେ ତୋତେ ମୋହନ
ବାୟାଣୀ ପ୍ରାୟ ହୁଏ ତନୁ ମନ ॥
ରୁପ ମାଧୁର୍ଯ୍ୟକୁ ଥରେ ଚାହିଁଲେ
ପ୍ରାଣ ସଞ୍ଚାର ହୁଅଇ ତତ୍କାଳେ ॥
ପଞ୍ଚପ୍ରାଣ ସାଥେ ସର୍ବ ଇନ୍ଦ୍ରିୟ
ପ୍ରକୃତି ସାଥିରେ ତ୍ୟାଗିଣ ମୋହ ॥
ତୋର ରୁପକୁ ଅପଳକ ନେତ୍ରେ
ଦେଖନ୍ତି ଅହର୍ନିଶି ଦିବାରାତ୍ରେ ॥
ହୃଦ କନ୍ଦରେ ନିତ୍ୟ ବିରାଜିଣ
ମନପକ୍
ଷୀକୁ କର ନିୟନ୍ତ୍ରଣ ॥
ମନ ଅଦୃଶ୍ୟ ଉଡନ୍ତା ଚଢ଼େଇ
ବୋଲ ମାନେ ନାହିଁ ନିତି ଭ୍ରମଇ ॥
ତୋର ରୂପରେ ମୋହିତ ମୋ ମନ
ଅନ୍ୟ ରୂପରେ କିବା ପ୍ରୟୋଜନ ॥
ଚକ୍ଷୁ ଦେଇଛ ତୁମ୍ଭରି ପ୍ରୀତ୍ୟର୍ଥେ
ନିତ୍ୟ ଶ୍ରୀମୁଖ ଦେଖିବାର ଅର୍ଥେ ॥
ନବଧା ଭକ୍ତି ସିନା ଜାଣିନାହିଁ
ନିତ୍ୟ ତୋଛବି ହୃଦେ ଆଙ୍କିବଇଁ ॥
ଯେଉଁ ରୂପରେ ଗୋପୀ ହେଲେ ବଶ
ସେହି ରୂପରେ ମୋହ ପୀତବାସ ॥
ହୃଦେ ମୋହନ ମୂର୍ତ୍ତିଙ୍କୁ ସ୍ଥାପିଣ
ମୂଢ଼ ଅନ୍ତର୍ଯ୍ୟାମୀ ଯାଏ ଶରଣ ॥