ମାନବ ସେବା ହିଁ ମାଧବସେବା
ମାନବ ସେବା ହିଁ ମାଧବସେବା


ଧନ୍ୟ ତୁମ୍ଭେ ସ୍ରଷ୍ଟା ଧନ୍ୟ ତୁମ୍ଭ ସୃଷ୍ଟି
ଏହି ବିଶାଳ ସଂସାରେ ,
ଏହି ମର୍ତ୍ତ୍ୟପୁରେ ମନୁଷ୍ୟ ଜନମ
ଦେଇଛ କେଡେ ଶ୍ରଦ୍ଧାରେ ।।୧।।
ଚୌରାଅଶୀ ଲକ୍ଷ ପ୍ରକାରର ଜୀବ
ଘଟେ ଘଟେ ତୁମ୍ଭ ବାସ ,
କୀଟ ଠାରୁ ବ୍ରହ୍ମ ପରିଯନ୍ତେ ବ୍ୟାପୀ
ରହିଛ ହେ ପୀତବାସ ।।୨।।
ସର୍ବ ଜୀବଠାରୁ ମନୁଷ୍ୟକୁ ଶ୍ରେଷ୍ଠ
କଲ ଦିବ୍ୟ ଜ୍ଞାନ ଦେଇ ,
ମାନବେ ପ୍ରସନ୍ନ ହେଲ ନାରାୟଣ
ଆନନ୍ଦେ ମଗନ ହୋଇ ।।୩।।
ମାନବ ଜୀବନ ମାନି ଚଳିବାକୁ
ଜୀବେ ଦୟାଭାବ ବହି ,
ଜୀବ ପରେ ଦୟା ନାମରେ ଶରଣ
ଏହାତ ମନୁଷ୍ୟ ପାଇଁ ।।୪।।
ମାନବ ଦେହରେ ମାଧବଙ୍କୁ ଦେଖି
ଦୁଃଖୀ ଦରିଦ୍ରଙ୍କ ସେବା ,
ଅନାଥ , ଅରକ୍ଷ , ଦିନ,ହୀନ ଜନେ
ସେବା ବୃତି ମନ ଦେବା ।।୫।।
ପର ଉପକାର ପୁଣ୍ୟମୟ ବ୍ରତ
ଜୀବନର ଲକ୍ଷ୍ୟ ହେଉ ,
ମାନବ ଶରୀରେ ମାଧବଙ୍କୁ ସେବି
ଏ ଜୀବନ ଚାଲି ଯାଉ ।।୬।।