STORYMIRROR

Kalandi pal

Inspirational

3  

Kalandi pal

Inspirational

ନୂଆ ଭାଉଜ

ନୂଆ ଭାଉଜ

1 min
215


ମୋ ନୂଆ ଭାଉଜ କରେ ଭାରି ଲାଜ

    କଥାଟି ଭାରି ମଧୁର

ଡାକି ଦେଲେ ଥରେ ବାଜଇ କାନରେ

    ସତେକି ଗାଏ କୋକିଳ!!


କଥାରେ କଥାରେ ମନ କିଣି ନିଏ

   ସଭିଙ୍କୁ କରେ ଆଦର

ହେଲେ ମନେ ଟିକେ ଗର୍ବ ଭାବ ଦେଖେ

    ଝିଅ ସେ ବଡ଼ ଘରର!!


ବାପା ଅଫିସର ଭାଇ ତା ମାଷ୍ଟର

    ବୋଉ ତାର ନର୍ସ ଦିଦି

ଫଟା ଯେ କପାଳ ଭାଉଜ ଆମର

    ଡେଇଁ ପାରିଲେନି ଶିଡି!!


ମୋ ଭାଇ ଚାକିରୀ କରିଛନ୍ତି ବୋଲି

    ତାଙ୍କ ବାପା ଦେଲେ ବିଭା

ଯାନୀ ଯଉତୁକ   ସୁନା ଅଳଙ୍କାର

    ଉଣା ନାହିଁ ତାଙ୍କ ଦବା!!


ଆମ ଘର ଶୁନ୍ୟ ହୋଇଗଲା ପୂର୍ଣ୍ଣ

    ଭାଉଜଙ୍କ ଯଉତୁକେ

ଦାଣ୍ଡରେ ଘାଟରେ ଲୋକଙ୍କ ମୁହଁରେ

    ପ୍ରଶଂସାର ସୁଅ ଛୁଟେ!!


ବାହାଘର ପରେ ଗଲା କିଛି ଦିନ

    ଭାଉଜ ହେଲା ପୁରୁଣା

ପୁରୁଣା ଅଭ୍ୟାସ ଭୁଲି ଯାଇ ଏବେ

    ହୋଇଗଲା ବାଟ ବଣା!!


ଦେଖାଇଲା ତାର ବଡଲୋକି ପଣ

    ବଡ ସାନ କିଛି ନାହିଁ

ପ୍ରତି କଥାରେ ସେ ଜବାବ ଦେଉଛି

    ଅଲାଜୁକ ଭଳି ହୋଇ!!


ବିତି ତ ଗଲାଣି   ପାଞ୍ଚଟି ବରଷ

    ଛୁଆଟେ କୋଳରେ ନାହିଁ 

ଧନ ସମ୍ପତ୍ତିକୁ   ଚାଟି ଖାଉଥାଉ

    ବାଞ୍ଝ ବରଡ଼ିଟେ ହୋଇ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational