STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ବସନ୍ତ ଆସିଛି

ବସନ୍ତ ଆସିଛି

1 min
27

କବିତା,ବସନ୍ତ ଆସିଛି

ସୁରେଶ ଚନ୍ଦ୍ର ପାଢୀ


ହେ ବସନ୍ତ ତୁମେ ଆସିଛ 

ବୋଲି ,

    ଧରା ଆନନ୍ଦରେ ନାଚୁଛି।

ତୁମରି ଆଗମନ ରେ 

          ମୃଦୁ ମଳୟ ,

 ଦେହରେ ଶିହରଣ

         ଖେଳାଇ ଦେଉଛି।

ହେ ବସନ୍ତ ତୁମେ 

          ଆସିଛ ବୋଲି ,

 ନବ ପଲ୍ଲବ ବୃକ୍ଷରେ 

         ଶୋଭା ବର୍ଦ୍ଧନ କରୁଛି।

ନିଦାଘ ଏବେ ଅସହ୍ୟ 

            ହୋଇ ଗଲାଣୀ,

ତାର ରୌଦ୍ର ତାପ

            ସହ୍ୟ ହେଉନି ।

ତଥାପି ମଲ୍ଲୀ ମାଳତୀ ର 

        ସୁବାସ ରେ ଚତୁର୍ଦିଗ,

       ମହ ମହ ହୋଇ ବାସୁଛି।

ଗାଁ ଗାଁରେ ଦୋଳ ବିମାନ ରେ

          ଠାକୁର ବୁଲୁ ଛନ୍ତି, ହରିବୋଲ ଘଣ୍ଟମୃଦଙ୍ଗ

       ଶବ୍ଦ ଝଙ୍କୁରିତ କରୁଛି।

ହେ ବସନ୍ତ ତୁମେ 

           ଆସିଛ ବୋଲି ,

 ଫଗୁଣ ଆଣିଛି ସାତ 

            ରଙ୍ଗ କୁ ନେଇ।

ସୁନୀଲ ଅମ୍ବରୁ

     ଝରି ପଡୁଛି ସପ୍ତ 

           ରଙ୍ଗର ସମହାର,

 ରଙ୍ଗେଇ ଦେଉଛି

          ଏ ବିଶ୍ୱ ଚରାଚର।

ଚକତି ପର୍ବ ରେ 

       ଦେବୀ ପୀଠ ଉତ୍ସବମୟ,

              ହୋଇ ପଡିଛି ମାଙ୍କ ଦଣ୍ଡ ଯାତ୍ରା ରେ 

     ପୁର ପଲ୍ଲୀ ଉଲ୍ଲସିତ ହେଉଛି।

ହେ ବସନ୍ତ ତୁମେ 

           ଆସିଛ ବୋଲି ,

  ବାସନ୍ତିକ ନବ ରାତ୍ର ଆସିଛି। 

 ମା ଙ୍କ ନବ ସ୍ୱରୂପର

          ଆବହନ ହେଉଛି,

ମା ଙ୍କ ଉପାସନା 

    ତମ ଗୁଣ କୁ ଆସୁରିକ ଭାବକୁ,

         ବିନାଶ କରି ଦେଇଛି।

ମଧୁ ମାସ ରେ

          ଶ୍ରୀ ରାମ ଙ୍କ ଜନ୍ମ 

ମନ୍ଦିରେ ହେଉଛି ପାଳିତ ,

     ରାମମୟ ହୋଇଛି

           ଏ ସାରା ସଂସାର।

ଭକ୍ତି ରେ ତଲ୍ଲିନ 

      ପ୍ରତି ହୃଦୟ , ପରିପୁର୍ଣ୍ଣ 

           ହୋଇଛି ପ୍ରୀତିର।

ତୁମରି ଆଗମନ 

        ନେଇ ଆସିଛି 

              ଖୁସିର ସମୟ,

ସବୁ ଅଶୁଭ କୁ ଲୋପ 

        କରି ଦିଅ ସାଧୁ ର 

            ହେଉ ବିଜୟ।

 ହେ ବସନ୍ତ ତୁମେ 

         ଋତୁରାଜ ହୋଇ 

       ମହି କୁ ମଣ୍ଡନ କରି ଅଛ,

ନୂଆ ଆଶା ନୂଆ 

     ଭାବନା ରେ ଗତି ପଥ 

           ଆଗେଇ ନେଉଛ।

ଦୂର ହେଇ ଯାଉ ସବୁ

       ଦୁଃଖ ଅବସାଦ ବେଦନା,

ଅସତ୍ୟ ଦୁର୍ଦ୍ଦିନ ଚାଲି ଯାଉ 

            ତୁମେ କରି ଯାଅ 

            ଶାନ୍ତି ର ସ୍ଥାପନା।



Rate this content
Log in

Similar oriya poem from Inspirational