STORYMIRROR

Kalandi pal

Inspirational

4  

Kalandi pal

Inspirational

ବିଗିଡି ଗଲାଣି ପାଗ

ବିଗିଡି ଗଲାଣି ପାଗ

1 min
12


ପାଣି ପାଗ ଏବେ ବିଗିଡି ଗଲାଣି

ଓଲଟା ପାଠଟି  ବହୁଛି ଉଜାଣି

   ଶିକ୍ଷିତ ହେଲେଣି ଲୋକ

ହେଲେଣି ଚାଲାକ ଲାଗୁନାହିଁ ରୋକ

   ବଦଳି ଗଲାଣି ଭେକ ।।


ଗାଆଁରେ ଗଣ୍ଡାରେ  ମୁରବୀତ୍ଵ ଶୁନ୍ୟ

ସହରଟି ପରା    ତହୁଁ ଅଟେ ହୀନ

    ସଭିଏଁ ମାମଲତକାର

ବାପା କଥା ଏବେ   ପୁଅକୁ ଗନ୍ଧାଏ

     ଭାଇ ପୁଣି ସାତ ପର ।।


ଯେଝା ହାତେ ଯିଏ ଚଉଦ ପାଆ ଯେ

ଜନ୍ମରୁ ସର୍ବଜ୍ଞ  ବୋଲି ମନେ ହେଜେ

   ସାହାରା ଲୋଡେନି କା,ର

ଧଳା ମୁଣ୍ଡିଆଙ୍କୁ   ଅଯୋଗ୍ୟ ମଣଇ

    ମନ ଇଚ୍ଛା କାମ ତାର ।।


କେତେ ସୁଖ ଦୁଃଖ ଅଙ୍ଗେ ଲିଭା ଅଙ୍କ

ସାଇତି ରଖିଛି    ତା ହୃଦୟ ଯାକ

    ମଣନି ତାହାଙ୍କୁ ହେୟ

ସମସ୍ୟା ପରଖି   ଭବିଷ୍ୟତ ଦେଖି

   ବିପଦେ ହୋନ୍ତି ସହାୟ ।।


ପୁରାଣ ପୋଥିର   ବାଣୀ ଧର୍ମ କର୍ମ

ଭାବୁଛ ବିଜ୍ଞାନ     ଯୁଗର ସନ୍ତାନ

     ବିଜ୍ଞାନଟି ତୁମ ପଥ

ପୁରାଣରୁ ସୃଷ୍ଟି     ବିଜ୍ଞାନ ପାଠଟି

    ଜାଣ ଏହା ଧ୍ରୁବ ସତ୍ୟ ।।


ଦୁଇ ଉପାଦେୟ     ପଦାର୍ଥ ମିଶ୍ରଣ

ବିଜ୍ଞାନରେ ସୃଷ୍ଟି     ପଦାର୍ଥ ନୂତନ

     ଭୁଲ ନାହିଁ ବାବୁ ମନୁ

ଦୁଇ ତତୋଧିକ      ମତର ଏକତ୍ର

     ଉଦୟ ସଫଳ ଭାନୁ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational