STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ବିଦେହ ପ୍ରେମ ଅମର

ବିଦେହ ପ୍ରେମ ଅମର

1 min
25


ଶରୀରକୁ ଭଲ ପାଏ ଏ ଦୁନିଆପାଏନି ଭଲ ମନକୁ l

ମିଛଟାରେ କୁହେ କେତେ ଭଲ ପାଏମନ ନୁହେଁ ସେ ତନୁକୁ ll

ଯଦି ଭଲ ସତେ ପାଏ କିଏ ସତେପିଣ୍ଡ ନୁହେଁ ହୃଦୟକୁ l

ହୃଦୟ ସ୍ପନ୍ଦନ ଯେବେ ରହିଯାଏଛୁଏଁ ନାହିଁ କାହିଁ ତାକୁ!!

ଦୁନିଆରେ ସତ ଚିରନ୍ତନ ପ୍ରେମଅବୟବ ନୁହେଁ ମନ l

ପିଣ୍ଡ ହୁଏ ନଷ୍ଟ ପ୍ରମାଣ ଯେ ସ୍ପଷ୍ଟମନକୁ ମିଶାଅ ମନ ll

ଦୈହିକ ସମ୍ପର୍କ ନୁହେଁ ସେତ ପ୍ରେମସିଏ ଅଟଇ କାମନା lସମ୍ପର୍କ ସରିଲେ ପ୍ରେମ ସରିଯାଏପ୍ରେମ ହୋଇଯାଏ ଚୂନା ll

ସିନ୍ଦୁର ଦେଇଣ ହାସଲ କରିବାଶରୀର ଭାରି ସହଜ lମନ କୁ ଜିଣିବା ପ୍ରେମରେ ବାନ୍ଧିବାନୁହଁଇ ଏତେ ସହଜ ll

ବିଦେହ ପ୍ରେମର ସୃଷ୍ଟି ଅଛି ତାରବିନାଶ ନାହିଁ ମହୀରେ l ବିଦେହ ଭାବରେ ଭଲ ପାଅ ଥରେହାରିବନି ଜୀବନରେ ll

ନା ଥିବ ପାଶେ ପାଇବାର ଆଶାନା ଦେବା ହରେଇବାର l

ଏ ସାରା ବିଶ୍ୱରେ ଅସଂଖ୍ୟ ପ୍ରେମରେବିଦେହ ପ୍ରେମ ଅମର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational