Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ମୃତ୍ୟୁ ମୋର କାଲି ସୁନିଶ୍ଚିତ

ମୃତ୍ୟୁ ମୋର କାଲି ସୁନିଶ୍ଚିତ

1 min
7



ମୃତ୍ୟୁ ମୋର କାଲି ସୁନିଶ୍ଚିତ ଭାଇ

ମୃତ୍ୟୁ ମୋର ସୁନିଶ୍ଚିତ

ହସି ହସେଇବି ଆଜି ପୁରା ଦିନ

କାଲିକି ନଥିବି ସତ

ମୃତ୍ୟୁ ମୋର ସୁନିଶ୍ଚିତ ଭାଇ, ମୃତ୍ୟୁ ମୋର ସୁନିଶ୍ଚିତ l


ମିଶିବି ଆଜିମୁଁ ସଭିଙ୍କ ସାଥିରେ

ମିତ୍ର ହେଉ ଅବା ଶତ୍ରୁ

କାଲିକି ନଥିବି ଏଇ ଦୁନିଆଁରେ

ନାହିଁ କେହି ମୋର ଶତ୍ରୁ

ମୃତ୍ୟୁ ମୋର ସୁନିଶ୍ଚିତ ଭାଇ, ମୃତ୍ୟୁ ମୋର ସୁନିଶ୍ଚିତ l


ସାରିବାକୁ ହେବ ଆଜି ବହୁ କାମ

ଅଛି କେତେ କାମ ବାକି

ସମୟ ମୋହର ନିକଟ ହେଉଛି

ଅଛି କିଛି କ୍ଷଣ ବାକି

ମୃତ୍ୟୁ ମୋର ସୁନିଶ୍ଚିତ ଭାଇ,ମୃତ୍ୟୁ ମୋର ସୁନିଶ୍ଚିତ ।


କିଛି ଯଦି ବାକି କହିବାର ଅଛି

କହିଦିଅ ଆଜି ଡାକି

କାଲିକି ନଥିବି ଏଇ ଦୁନିଆରେ

ଶୁଣିପାରିବିନି ବାକି l

ମୃତ୍ୟୁ ମୋର ସୁନିଶ୍ଚିତ ଭାଇ, ମୃତ୍ୟୁ ମୋର ସୁନିଶ୍ଚିତ ।


ପଢିବାକୁ ଅଛି ଅନେକ ବହିକୁ

ନପାରିବି ପଢି କାଲି

ସମୟ ମୋହର ଘନେଇ ଆସୁଛି

କାଲିକି ଯିବିମୁଁ ଚାଲି

ମୃତ୍ୟୁ ମୋର ସୁନିଶ୍ଚିତ ଭାଇ, ମୃତ୍ୟୁ ମୋର ସୁନିଶ୍ଚିତ l



Rate this content
Log in

Similar oriya poem from Inspirational