ପ୍ରେମ ନୁହେଁ ଦୂର !
ପ୍ରେମ ନୁହେଁ ଦୂର !
କିଏ କହେ ପ୍ରେମ ଛଳନା ବାହାନା ପ୍ରତାରଣା ନିର୍ଯାତନା lପ୍ରେମ ଅଟେ ସେତ ଶାଶ୍ୱତ ଯେସତ୍ୟସ୍ବର୍ଗୀୟ ଅଟେ ଭାବନା ll
ପ୍ରେମ ନୁହେଁ ସେତ ଅଧୁନା ଚଳିତ ଆଧୁନିକ ଅଭିନୟ lଏବେ ଯେ ସ୍ୱୀକାର କ୍ଷଣେ ତିରସ୍କାରତାପରେ ହୁଏ ବିଦାୟ ll
ପ୍ରେମ ଅଟେ ସେତ ମନର ଯେ ମିତ ପାଖେ ପାଖେ ସଦା ଥାଏ lଶରୀର ଦୂରତା ଯେତେ ବଢିଲେବି ମନକି ଭୁଲିରେ ଯାଏ ll
ବିଦେହ ଭାବରେ ଆଖି ବୁଜିଦେଲେ ପାଖେ ଥାଏ ନୁହଁ ଦୂର lଏ ସାରା ସଂସାରେ ଦେହ ପ୍ରେମ ହାରେ ବିଦେହ ପ୍ରେମ ଅମର ll