STORYMIRROR

Jagannath Barik

Inspirational

3  

Jagannath Barik

Inspirational

ରେ ମାନବ

ରେ ମାନବ

1 min
275

ରେ ମାନବ ଧିରେ ଧିରେ ହେଲୁଣି ଦାନଵ

ପଶୁ ପ୍ରବୃତ୍ତି ଆହରି  ଆଚରୁ ପାଶବ,ରେ ମାନବ |


ବିଜ୍ଞାନ ବଳରେ ବଳୀ  ଭାବୁ ତୋଠୁଁ ନାହିଁ ବଳୀ

ଯା କାନ୍ଧରେ ଉଭା ତାକୁ, ମଣିଲୁଣି ଖର୍ବ ରେ ମାନବ |


ପଞ୍ଚଭୂତେ ଗଢ଼ା ତୁହି  ଅସ୍ଥି ମେଦ ଚର୍ମ ବହି

ବାୟୁ ସୂତ୍ରେ ବନ୍ଧା ହୋଇ, ଏଡ଼େ ତୋ ଗରବ ରେମାନବ |


ସୃଷ୍ଟି ତୁହି ସ୍ରଷ୍ଟା ବଳ କଳୁ ଆରେ ପାଙ୍ଗପାଳ

ପ୍ରକୃତିରୁ ଜନ୍ମି ତାରେ, ଆଚରୁ ଆହବ ରେ ମାନବ |


ତାମସିକ ମଦ ମାଂସ  ଖାଦ୍ୟରେ ବହିଲୁ ଆଶ

ବିଳସି ବିଷୟା ରସେ, ପହଁରୁ ଅର୍ଣ୍ଣବ ରେ ମାନବ |


କରୁ ନାରୀ ନିର୍ଯ୍ୟାତନ ଜଘନ୍ୟ ଯୌନ ଧର୍ଷଣ

ଶିଶୁ କନ୍ୟା ନିର୍ବିଚାରେ ହୁଅନ୍ତି ଶରବ୍ୟ, ରେ ମାନବ |


ଲଣ୍ଡା କଲୁ ଗିରିବନ  ବନଜୀବ ବିଲୋପନ

ଖୋଳ କଲୁ ଭୂ-ଗରଭ,ଖଣିଜ ବିଭବ ରେ ମାନବ |


ପ୍ରକୃତି ହେଲା ବିବର୍ଣ୍ଣ  ବିପରୀତ ଆଚରଣ

ପ୍ରଦର୍ଶାଏ ହିମକାଳେ, ବର୍ଷାର ତାଣ୍ଡବ, ରେ ମାନବ |


କରୋନା ଗ୍ରାସିଲା ଧରା  ଘରେ ଲୁଚିଥିଲୁ ପରା

ଭୂମିକମ୍ପ ଭୂସ୍ଖଳନେ, ଧରଣୀ ଧସିବ, ରେ ମାନବ |


ମେରୁ ହିମାଙ୍କ ତରଳି  ଜଳସ୍ତର ଯିବ ବଢ଼ି

ଉତ୍ତାଳ ଲହରୀ ତୋଳି ସୁନାମି ଗ୍ରାସିବ, ରେ ମାନବ |


ସ୍ୱାର୍ଥମଦେ ସର୍ବେ ବାଇ ତେଜି ପିତା ମାତା ଭାଇ

ଅର୍ଥ ପଛେ ଧାଇଁ ଧାଇଁ, ଜୀବନ ସରିବ, ରେ ମାନବ |


ଫସଲ ନୋହିବ ଜାତ  ଖାଦ୍ୟାଭାବେ ପ୍ରାଣପାତ

ସରିବ ଜୀବ ଜଗତ, ପ୍ରଳୟ ଆସିବ , ରେ ମାନବ |


ସମୟ ହେଲା ନିକଟ ଧର ଅଧ୍ୟାତ୍ମିକ ପଥ

ଜଗନ୍ନାଥ ଭାଷେ ବେଳୁ,ଭଜ ମାଧବ ରେ ମାନବ |


Rate this content
Log in

Similar oriya poem from Inspirational