STORYMIRROR

Satyabati Swain

Inspirational

3  

Satyabati Swain

Inspirational

ସରଗ ଦ୍ୱାର

ସରଗ ଦ୍ୱାର

1 min
263

ମମତାର ଗଙ୍ଗା ସ୍ନେହର ଝରଣା

ତୁ ଆଶିର୍ବାଦ ମୁଣି

କୋଳଟି ତୋହର ସରଗଟି ମୋର

ତୁ ମୋ ଖୁସିର ଖଣି।


ସବୁଠୁ ସୁନ୍ଦର ମୁହଁଟି ତୋହର

ଚୁମା ତୋର ଭାରି ମିଠା

ତୋ କାନିରେ ମୁହଁ ପୋଛି ଥରେ

ଲିଭି ଯାଏ ଦୁଃଖ ଛିଟା।


ଚଳନ୍ତି ଦେବୀ ତୁ ଜନମ ଦାତ୍ରୀ ଲୋ

ତୋତେ ନ ପାରିବି ଭୁଲି

ଯେଉଁଠି ରୁହେ ଯାହା ବି ମୁଁ ହୁଏ

ତୋତେ କରିବି ଜପା ମାଳି।


ମନ୍ଦିରେ ପଥର ଦିଅଁ ଙ୍କୁ ନ ପୁଜି

ସେବିବି ଚରଣ ତୋର

ତୁ ହେଲେ ଖୁସି ମୋ ଜୀବନ ଧନ୍ୟ

ତୋ ପାଦ ମୋ ସରଗ ଦ୍ୱାର ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Inspirational