STORYMIRROR

Panchanan Jena

Inspirational

3  

Panchanan Jena

Inspirational

ସମର୍ପିତ ସୁଗନ୍ଧ

ସମର୍ପିତ ସୁଗନ୍ଧ

1 min
333

ସରକାରୀ କ୍ବାଟର ଆଗରେ

ଘେରେ ପଲସ୍ତରା ଅଗଣା 

କେଇ ଖଣ୍ଡ ନାଲି ଇଟାରେ ଲିପା 

ତୁଳସୀ ଚଉରା ଟଣା

ମଝିରେ ଶୋଭେ 

କଳା ବୄନ୍ଦାବତୀ ଛନଛନିଆ

ସଞ୍ଜ ନଇଁ ଆସିଲେ

ମ୍ୟାଡାମ୍ ପିନ୍ଧି ନାଇଟି

ମଥାରେ ଚୁନି କରି ଟାଇଟି

ମାଟି ଦୀପରେ ଘିଅ ସଳିତା ଦେଇ

ଦିଆସିଲି କାଠି ମାରନ୍ତି

ସଞ୍ଜ ଦୀପାଳୀ ଜାଳନ୍ତି ହେଇ ଛାନିଆ ।


ସାଡ଼େ ତିନିଟା ଶଙ୍ଖ ଫୁକନ୍ତି

ଓଳଗି ହୁଅନ୍ତି ଠିଆ ଠିଆ 

ହାତ ଯୋଡି ଆଖି ବନ୍ଦ କରି 

କୁହନ୍ତି କିଛି ଆମାନିଆ

ଗୁଣ୍ଡୁ ଗୁଣୁ କିଛି ମନ୍ତ୍ର ପଢନ୍ତି ବୋଧେ

ମାନସିକ କରନ୍ତି ଅଧେ

ଶୁଭ ମନାସି ମାଗି ଚାଲନ୍ତି ଅନର୍ଗଳ

ଦୁଇ ତିନି ମିନିଟ୍ ଭିତରେ ଅସମ୍ଭାଳ

ପୁଅ ବୋର୍ଡ଼ ପରୀକ୍ଷା ଝିଅର ଦେହ 

ସ୍ୱାମୀଙ୍କ ପ୍ରମୋଶନ 

ଶାଶୁ- ଶଶୁରଙ୍କ ସୁସ୍ଥ ନିରୋଗ ଜୀବନ

ବାପା-ବୋଭର ବୃଦ୍ଧାବସ୍ଥା 

କରେ।ନା ତୃତୀୟ ଲହର ଆସ୍ଥା

 ଡ଼େଲଟା ଓମିକ୍ରନ ସଂକ୍ରମଣ 

ପୁରା ଲୁକାଲ୍‌ ଗୁ ଗ୍ଲବାଲ୍ ଭୋକାଲ୍ ।


ଗାଁ ରେ ମା' କରୁଥିବା 

ସଞ୍ଜ ସଳିତା

ମ୍ୟାଡ଼ାମ୍ ଙ୍କ ସଞ୍ଜ ଦିପାଳୀ

ଭିତରେ ବଞ୍ଚିଛି

 ଉତ୍କଳୀୟ ସଂସ୍କାର ସମ୍ଭାଳି

ହେଉ ଦରମରା ଅଧା ଅପନ୍ତରା

ଘର ପରିବାର ବିଶ୍ଵ କଲ୍ୟାଣ ପାଇଁ

ଚିନ୍ତା ମଙ୍ଗଳାଚାର ପରମ୍ପରା ।


ଅଧୁନିକା ଶିକ୍ଷିତା କୂଳବଧୁ

ନୂତନ ପୁରାତନ ମଧ୍ୟେ ସେତୁବନ୍ଧ

ଦୂରେ ରାଜ୍ୟେ ଚାକିରି କଲେ ବି

ସଣ୍ଠଣାରୁ କାଣିଚାଏ 

ପରମ୍ପରାରୁ ଆଞ୍ଜୁଳାଏ

ସଂସ୍କାରରୁ ଚାଙ୍ଗୁଡିଏ

ଯେନେ ଚେନ ପ୍ରକାରେଣ 

ସମର୍ପିତ ସୁଗନ୍ଧ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational