STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ଦୟା ହେ କଳାସାଆନ୍ତେ

ଦୟା ହେ କଳାସାଆନ୍ତେ

1 min
327


ଏତେ ବଡ଼ ବଡ଼ ଚକାଆଖି ମେଲି 

ଦେଖୁଅଛ ଏ ଜଗତ,

କାନ ନାହିଁ ସିନା ଶୁଣି ତ ପାରୁଛ

କ'ଣ ମିଛ ଆଉ ସତ,

ଦେଖାଅ ପଥ ଅପଥ

ଲୋଡ଼ା ନାହିଁ ପ୍ରଭୁ ଧନ ଦୌଲତ 

ଖୋଜେ ଶାନ୍ତିର ସୁପଥ।


ଅଭିନୟ ଚାଲେ ଧରମ ଦାଣ୍ଡରେ

ଆଖିରୁ ବୁହାଇ ଲୁହ,

ଦଶମାସ ଗର୍ଭ ଯନ୍ତ୍ରଣା ଭୁଲେନା

ମାଆ ଖୋଜୁଥାଏ ପୁଅ,

କାହାକୁ କହିବ କୁହ

ଏ ପାଖେ ମାଉସୀ ସେ ପାଖେ ପିଉସୀ

ଛଳନାରେ ଧନ୍ଦି ଥାଅ।


ହେ ମୋର କଳାକହ୍ନେଇଁ ଦୟାବହି

ଟିକିଏ ଶୁଣ ଗୁହାରୀ,

ନାହିଁ ଆଉ ଧୈର୍ଯ୍ୟ ଦେଖି ଶୁଣିବାକୁ

ମିତ୍ର ଅବା କେ ବଇରୀ,

ଆସିଛି ଏ ଜଗତେ

ହିଂସା ବାଦେ ଲିପ୍ତ ନ ହୋଇ ସଭିଙ୍କୁ

ମିତ୍ରରେ ଗଣେ ଯେମନ୍ତେ।

ଦୟା ହେ କଳାସାଆନ୍ତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational