STORYMIRROR

BIJAY KUMAR GHADEI

Inspirational

3  

BIJAY KUMAR GHADEI

Inspirational

ନିରବତା

ନିରବତା

1 min
245


ନିରବତା ବୋଧହୁଏ

ଅନ୍ୟ ପାଇଁ ଏକ ସୁଯୋଗ

ମନ୍ଦିରର ଘଣ୍ଟା ଭଳି

ନିରବତା ଘଣ୍ଟାଟିକୁ ଯିଏ ନାଇଁ ସିଏ

ବଜେଇ ଦେଇ ଚାଲି ଯାଏ ।।


କେବେ କେହି କାରଣ ଜାଣିବାକୁ ଚାହେଁନା

ମିଛି ମିଛିକା ସ୍ମିତ ହାସ୍ୟରେ

ଲୋଟିବାକୁ ଲାଗିପଡେ଼

ସବୁ ଇପ୍ସିତ ଜିଜ୍ଞାସା

ଭାବି ବୋଧେ ନିର୍ବୋଧ ।।


ଛଳନା ହେଉ ବା ଅଭିନୟ

ସବୁକିଛି ଏଠି ଫିକା ଫିକା

ସମ୍ପର୍କ ବି ଫିକା ଆଉ ସମୟ ବି

ପ୍ରତାରଣା ଭରା ଦୁନିଆରେ

ନିଜର ଭାବିବା ବୋଧେ ସବୁଠୁ ବୋକା ।।


କେତେ ଯେ ଘାତ ପ୍ରତିଘାତ

ପୁଣି କେତେ ଯେ ନିରାଶାର

ପ୍ରତିରୋଧ ପାଇଁ ନିରବତା

ଏ କଥା କେହି ବୁଝେନା

କି ବୁଝେଇ ବି ହୁଏନା ।।


ସବୁ ପ୍ରାୟ ଆବଶ୍ୟକତା ଭିତ୍ତିରେ

ବ୍ୟବହାର କରିବା ଜାଣନ୍ତି

ସେଥିଲାଗି ବୋଧହୁଏ

ନୀରବତାର ରଙ୍ଗହୀନ ରିବନଟିକୁ

ଛଳନାର ଧାରୁଆ ଅସ୍ତ୍ରରେ କାଟି ପକାନ୍ତି ।।


ନିରବତା ମଧ୍ୟସ୍ଥତା କରେ

ସମ୍ପର୍କ ଆଉ ଶତ୍ରୁତା ମଧ୍ୟରେ

ହେଲେ ସବୁବେଳେ ନିରବତାକୁ

ବାହୁନି ବାହୁନି କାନ୍ଦିବାକୁ ହୁଏ

ସମ୍ପର୍କର ଅଦୃଶ୍ୟ ଫାଶରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational