ନିରବତା
ନିରବତା
ନିରବତା ବୋଧହୁଏ
ଅନ୍ୟ ପାଇଁ ଏକ ସୁଯୋଗ
ମନ୍ଦିରର ଘଣ୍ଟା ଭଳି
ନିରବତା ଘଣ୍ଟାଟିକୁ ଯିଏ ନାଇଁ ସିଏ
ବଜେଇ ଦେଇ ଚାଲି ଯାଏ ।।
କେବେ କେହି କାରଣ ଜାଣିବାକୁ ଚାହେଁନା
ମିଛି ମିଛିକା ସ୍ମିତ ହାସ୍ୟରେ
ଲୋଟିବାକୁ ଲାଗିପଡେ଼
ସବୁ ଇପ୍ସିତ ଜିଜ୍ଞାସା
ଭାବି ବୋଧେ ନିର୍ବୋଧ ।।
ଛଳନା ହେଉ ବା ଅଭିନୟ
ସବୁକିଛି ଏଠି ଫିକା ଫିକା
ସମ୍ପର୍କ ବି ଫିକା ଆଉ ସମୟ ବି
ପ୍ରତାରଣା ଭରା ଦୁନିଆରେ
ନିଜର ଭାବିବା ବୋଧେ ସବୁଠୁ ବୋକା ।।
କେତେ ଯେ ଘାତ ପ୍ରତିଘାତ
ପୁଣି କେତେ ଯେ ନିରାଶାର
ପ୍ରତିରୋଧ ପାଇଁ ନିରବତା
ଏ କଥା କେହି ବୁଝେନା
କି ବୁଝେଇ ବି ହୁଏନା ।।
ସବୁ ପ୍ରାୟ ଆବଶ୍ୟକତା ଭିତ୍ତିରେ
ବ୍ୟବହାର କରିବା ଜାଣନ୍ତି
ସେଥିଲାଗି ବୋଧହୁଏ
ନୀରବତାର ରଙ୍ଗହୀନ ରିବନଟିକୁ
ଛଳନାର ଧାରୁଆ ଅସ୍ତ୍ରରେ କାଟି ପକାନ୍ତି ।।
ନିରବତା ମଧ୍ୟସ୍ଥତା କରେ
ସମ୍ପର୍କ ଆଉ ଶତ୍ରୁତା ମଧ୍ୟରେ
ହେଲେ ସବୁବେଳେ ନିରବତାକୁ
ବାହୁନି ବାହୁନି କାନ୍ଦିବାକୁ ହୁଏ
ସମ୍ପର୍କର ଅଦୃଶ୍ୟ ଫାଶରେ ।।