STORYMIRROR

BIJAY KUMAR GHADEI

Children

3  

BIJAY KUMAR GHADEI

Children

ଟୁକୁ ଟୁକିଆ ଚୁଟିଆ ମୂଷା

ଟୁକୁ ଟୁକିଆ ଚୁଟିଆ ମୂଷା

1 min
180


ଟୁକୁ ଟୁକିଆ ଚୁଟିଆ ମୂଷା

ଗାତରେ ଲୁଚି ସେ ରହେ

ଚାଉଳ ଡାଲି ଗହମ ଖସା

ଲୁଚି ଲୁଚି କରି ଖାଏ ।।

ଧରା ଦିଏନା ଜମାରୁ ସିଏ

ନାଚି ନାଚି କରି ଧାଁଏ

ଲୁଗାପଟା ଆଉ କାଗଜ ପତର

କାଟି ଟିକି ଟିକି କରି ଦିଏ ।।

ଟୁକୁ ଟୁକିଆ ଚୁଟିଆ ମୂଷା

ମୁଁହ ତା ଛୋଟ ନିଶଟା ଲମ୍ବା

ଆଖି ଛୋଟିଆ ଦେହ ଲୁମିଆ

ଚାଲି ନ ଜାଣି ସେ ମାରଇ ଡ଼ିଆଁ ।।

ବିଲେଇ ଯେବେ ଆସେ ତା ପାଖେ

ଭୟରେ ସେ ଯାଇ ତା ଗାତେ ପଶେ

ବିଚରା ବିଲେଇ ପାଏନା ଖୋଜି

ଶେଷରେ ସେ ପୁଣି ପାରେ ଯେ ବୁଝି ।।

ଟୁକୁ ଟୁକିଆ ଚୁଟିଆ ମୂଷା

ଦାନ୍ତ ତା ଲମ୍ବା ଭାରୀ ମୁନିଆ

ଦିନ ରାତି କିଛି ସିଏ ମାନେନା

ଅନ୍ଧାର ରାତିରେ କରେ ଛାନିଆ ।।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children