ଅତିରୁ ଇତି
ଅତିରୁ ଇତି
ଅତି ସବୁବେଳେ ଅଟେ ବର୍ଜନୀୟ
ଅତି ଅଟଇ ଅହିତ
ଅତି ପରିଚୟେ ନ ମିଳେ ସମ୍ମାନ
ଗରିମା ହୁଅଇ ନଷ୍ଟ ।
ଅତି ଗର୍ବ କରି ଲଙ୍କାର ରାଜନ
ରାବଣ ହେଲା ନିଧନ
ଅତି ମାନ କରି କୈ।ରବ ବିନାଶ
ହତ ହେଲେ ଦୁର୍ଯ୍ୟୋଧନ ।
ଅତି ଲୋଭ ମୋହ ଅତିଷ୍ଠ ଭୋଜନ
ବିପଦ ଆଣଇ ଡାକି
ଅତି ପରିଶ୍ରମେ ଶରୀର ଅସୁସ୍ଥ
ବଇଦକୁ ଥାଏ ଡାକି ।
ସୁନିଦ୍ରା ବିଶ୍ରାମ ମଧ୍ୟ ଆବଶ୍ୟକ
କର୍ମ ପରେ ଅବସର
ଯନ୍ତ୍ର ପରି ନୁହେଁ ମାନବ ଶରୀର
ଚାଲୁଥିବ ଅହରହ ।
ଭୁଲିଲେ ମର୍ଯ୍ୟାଦା ସୀମା ସରହଦ
ଘଟିଥାଏ ଅମଙ୍ଗଳ
ଜ୍ଞାନୀଗୁଣୀ ଜନେ ଆଚରନ୍ତି ଏଣୁ
ଉପଯୁକ୍ତ ବ୍ୟବହାର ।
ଅତି ଚିପୁଡିଲେ ଲେମ୍ବୁ ଲାଗେ ପିତା
ସାଧାରଣ ଲୋକକଥା
ଅତିରୁ ହୁଅଇ ଇତି ସୁନିଶ୍ଚିତ
ସ୍ମରଣୀୟ ସଦା ଶିକ୍ଷା ।
