STORYMIRROR

pranati Mahapatra

Inspirational

4  

pranati Mahapatra

Inspirational

ବୈକୁଣ୍ଠ ନିଶ୍ଚେ ଯିବି

ବୈକୁଣ୍ଠ ନିଶ୍ଚେ ଯିବି

1 min
231


 

ଶରଧା ବାଲିରେ ଶରଧା ରେଣୁରେ

ମନଭରି ଗଡି ଯିବି,

ତୋ ବଡ଼ ଦାଣ୍ଡରେ ମୁକ୍ତାକାଶ ତଳେ

ନୀଳଚକ୍ର ଦେଖୁଥିବି,

ଖୁସିରେ ଅଧିର ହେବି,

ବାଇଶି ପାହାଚେ ତୋ ରୂପକୁ ଧ୍ୟାୟୀ

ଗଡ଼ି ଗଡ଼ି ଜପୁଥିବି।


ତୋ ମହୋଦଧିରେ ବୁଡ଼ଟିଏ ମାରି 

ପୁଣ୍ୟାତ୍ମା ଟିଏ ହୋଇବି,

ଆନନ୍ଦ ବଜାରେ ତୋ ଅଭଡ଼ା ଖାଇ

ନିଜକୁ ଧନ୍ୟ ମଣିବି,

ଟଙ୍କ ତୋରାଣି ପିଇବି

ତୋ ଧଣ୍ଡା ତୁଳସୀ ନିର୍ମାଲ୍ୟ ପାଇ ମୁଁ

ନର ଜନ୍ମୁ ମୋକ୍ଷ ହେବି।


ତୋର ଶ୍ରୀକ୍ଷେତ୍ରରେ ଦିବସ ରାତ୍ରରେ

ମୋ ଦିନ ବିତେଇ ଦେବି,

ତୋତେ ଚାହିଁ ଚାହିଁ ମୋ ଜୀବନର

ଦୁଃଖ କଷ୍ଟ ଭୁଲିଯିବି,

ତୁ ମୋ ତୁ ପ୍ରାଣଧନ 

ତୋର କରୁଣା ରେଣୁ ଲଭିବି,

ତୋ ସ୍ଵର୍ଗଦ୍ଵାରେ ଚିତା ଜଳିଗଲେ

ବୈକୁଣ୍ଠକୁ ନିଶ୍ଚେ ଯିବି।




Rate this content
Log in

Similar oriya poem from Inspirational