ବନ୍ଦୀ
ବନ୍ଦୀ
ଖୋଲିଲି ଦିନେ ମୁଁ ସ୍ମୃତି ରିମୋଟରେ
ହୃଦୟର କାରାଗାର,
ସେଇ କାରାଗାରେ ଆଜୀବନ ବନ୍ଦୀ
କେତେ ଚିହ୍ନା ମୁହଁ ମୋର।
ମମତା ପଣ୍ଡାର ଫୁଲ ହାତ ପିନ୍ଧା
ଗୋଲେଇ ବେକ ଗାଉନ,
ହସ ଚମତ୍କାର ଅତି ହିଁ ସୁନ୍ଦର
ଲିଭେନି କେବେ ମୋ ମନୁ।।
ଆଖି ଯାର କଥା କହୁ ଥାଏ ନୀତି
ଚଷମାର କାଚ ତଳେ
ସେଇ ଯେ ସୁଜାତା ଗେହ୍ଲେଇ ମୁହଁ ଟା
ଦିଶେ ମନ ଆଇନାରେ।।
ଡାହାଣକୁ ଢଳି ଚାଲଇ ବୈଶାଳୀ
ନହକା ବେତ ତା ଦେହ,
ପାଠେ ଧୁରନ୍ଧର ସରି କିଏ ତାର
ଥିଲା ସେ ବେଳର କୁହ?
ଗୋରା ଗୋରା ଦେହ ହସକୁରୀ
ପରିଟେ ଆହୁତି ମିଶ୍ର
ପ୍ରଭାତ ନଳିନୀ ନାକେ କଳା ଜାଇ
ମୁହଁକୁ ମାନେ ଅବଶ୍ୟ।।
ଦୀପ୍ତି ଓ ସଂଯୁକ୍ତା ହସ ଯାର ମୁକୁତା
ଦୁଇ କଡେ ମୋଟା ବେଣୀ,
କେଶବତୀ କନ୍ୟା ଆଣୁଥିଲେ ବନ୍ୟା
ହସର ପସରା ମେଲି।।
କଲ୍ୟାଣି ବକ୍ସିର ବେହେଡା ଦାନ୍ତର
ମନଛୁଆଁ ଥଟା ମଜା,
ହସାଇ ହସାଇ ବେଦମ କରଇ
ଶ୍ରେଣୀ କୁ କରଇ ତାଜା।।
ଗୋଲଗାଲ ମୁହଁ ଡ଼ଉଳ ଡାଉଳ
ଢଳ ଢଳ ଆଖି ଯାର,
ସୋସିଓଲୋଜିରେ ଡ଼କ୍ଟ ରିଏଟ ପାଇଛି
ଲିତୁ ନାମଟି ତାହାର।।
ପ୍ରଭାସିନି ଜୟଶ୍ରୀ କଳ୍ପନା ଆଚାର୍ଯ୍ୟ
ମୋ ବେଷ୍ଟ ଫ୍ରେଣ୍ଡ ରେ ଗଣା
ସେବେଠୁ ଏଯାଏଁ ଦୁଃଖସୁଖ ବାଣ୍ଟୁ
ସତେକି ଗୋଟେ ଅଗଣା।।
ଲଷ୍ମୀ ଚିଲାରିଆ ଟିକେ ପଦ୍ମିନୀ
ବନ୍ଦନା ସୁସ୍ମିତା ସ୍ୟାଇଜା
ପ୍ରଜ୍ଞା କୁଳ ଦ୍ଯୋତି ମମତା ଅଞ୍ଜୁ
ପ୍ରଣୟିନୀ ଆଉ ଲିଜ଼ା।।
ଜୟଶ୍ରୀ ମଳିକ ଭଲ ବନ୍ଧୁଟିଏ
ଖାଏ ନାହିଁ କେବେ ଭାଉ,
ଡେଙ୍ଗା ଆରାଧନା ରୂପେ ଅନୁପମା
ଚିହ୍ନି ବ କି ନାହିଁ ଆଉ!
ପଦବୀକୁ ନେଇ ଗର୍ଵ କରେ ନାହିଁ
ଶୁଭଶ୍ରୀ ତ୍ରିପାଠୀ ନାମ
ଭାଉ ଖାଏ ନାହିଁ ବଡ଼ ଅଫିସର୍ ହୋଇ
ଥାଏ ପାଖେ ପାଖେ ଆମ।
ଜିନ୍ଦେଗି ସିରିଏଲର ଥିଲା ପାର୍ଟନର
ସୁସ୍ମିତା ସାହୁ ସେ ଜାଣ
ଦୁଇ ବର୍ଷ ହେବ ଖୋଜି ଖୋଜି ଏବେ
ଖୁସି ପାଇ ତା ସନ୍ଧାନ।
ସୁକଣ୍ଠି ଝରଣା ମୋ ରୁମ ମେଣ୍ଟ ସିନା
ସସ୍ମିତା ଆଉ ଏନାକ୍ଷୀ
ସିଓନା ଟୋନ ଭାରି ମିଠା ଲାଗେ
ପ୍ରତିଭା ସ୍ନିଗ୍ଧା ମିନାକ୍ଷୀ।।
କଲ୍ୟାଣି ରାଜଶ୍ରୀ ମମତା ସୁ ଲେଖିକା
ଶ୍ବେତପଦ୍ମା ଅରୁନ୍ଧତୀ
ଅନିତା ଅନସୁୟା ସୁଚିତ୍ରା ଅପରାଜିତା
ସୁନ୍ଦରୀ ଫୁଲେଇ ଗାୟତ୍ରୀ।
ମାମୁନି ଫୁଲେଇ ନନ୍ଦିନୀ ଗାୟିକା
ଗୀତ ଗାଇ ମନ କିଣେ
ପରବିନ ଇଙ୍ଗିଲସ୍ ପ୍ରଫେସର ସେ
କାଦମ୍ବିନୀ ଆଉ ଜଣେ।
ମିନତି ମୋ ଅନର୍ସ ମେଣ୍ଟ ଷ୍ଟାଇଲିଷ୍ଟ
କମ୍ କଥା କହୁଥିଲା
ବିୟୁଟି ଜଗତେ ଚହଳ ପକାଇ ସେ
ଷ୍ଟାରଟିଏ ଏବେ ପରା।
ଆଜୀବନ ବନ୍ଦୀ ଆହୁରି କେତେବି
ଅପରାଧ ତାଙ୍କ ଏହା,
ଗୋଟିଏ କଲେଜ ଗୋଟିଏ ଶ୍ରେଣୀରେ
ସହପାଠୀ ଯେଣୁ ଆହା।।
ଅନେକ ବରଷ ବୋଧହୁଏ ତିରଶ
ଅଛନ୍ତି ଏ ହୃଦ ବନ୍ଦୀ
ବଞ୍ଚିଥିବା ଯାଏ ମୋ ଭିତରେ ଥିବେ
ବନ୍ଧୁତାରେ ହୋଇ ଛନ୍ଦି।।