ମାଆ ଓ ମମତା
ମାଆ ଓ ମମତା
ସଂସାରେ ସବୁଠୁ ଅତି ଆପଣାର
ଜନ୍ମଦାତ୍ରୀ ସଭିଙ୍କର
କେବଳ ମଣିଷ ନୁହେଁ ଏକା ତାର
ଯେତେ ସୃଷ୍ଟି ଏ ସୃଷ୍ଟିର |
ମାଆ ସେ ବୋଲାଏ ସବୁଠାରୁ ଗରୁ
ସବୁଠାରୁ ଉଚ୍ଚ ସିଏ
କେହି ହେବନାହିଁ ସମତୁଲ ତାର
ଯେତେ ଗୁଣର ବି ଯିଏ |
ଶିଶୁ ପାଇଁ ତାର ଛାତିରୁ ଝରେ ଯେ
ଅନନ୍ତ ଅମୃତ ଧାରା
ହୃଦୟରୁ ଝରେ ମମତାର ଧାରା
ବଞ୍ଚିଥିବା ଯାଏ ପରା |
ଜୀବନରେ ଯେତେ ଦୁଃଖ ଆସିଲେବି
ସହେ ସେ ସନ୍ତାନ ପାଇଁ
ନିଜେ କାନ୍ଦୁ ପଛେ ସନ୍ତାନ ଓଠରେ
ରହିଥାଏ ହସ ଦେଇ |
ଅଭାବ କଷଣେ ନିଜେ ଭୋକେ ରହି
ସାଉଁଟି ଆଣେ ସେ ଯାହା
ସନ୍ତାନ ମୁଖରେ ଆଦରେ ଦିଏ ସେ
ସେଥିପାଇଁ ପରା ମାଆ |
ମାଆର ପଣତ ତଳେ ଯେ ସନ୍ତାନ
ନିର୍ଭୟରେ ରହି ଥାଏ
କୌଣସି ବି ଶକ୍ତି କ୍ଷତି କରିବନି
ମାଆ ସେ ଭରସା ଦିଏ |
ମାଆର ମମତା ଦୁନିଆରେ ବଡ଼
ନଥାଏ ଛଳନା ସେଠି
ଆଶିଷର ଧାରା ସତେ ସ୍ରୋତସ୍ୱିନୀ
ବୋଳା ଅନାବିଳ ପ୍ରୀତି |