STORYMIRROR

Birakishore Nayak

Tragedy

3  

Birakishore Nayak

Tragedy

ଶହୀଦ ତୁମକୁ ସଲାମ

ଶହୀଦ ତୁମକୁ ସଲାମ

1 min
201


ସ୍ପନ୍ଦିତ ଆଜି ଭାରତ ବର୍ଷ

      ସମୀରଣ ତା'ର ହୋଇଛି ସ୍ତବ୍ଧ,

 କରୁଣ ରାଗ ଅନ୍ତର ତୋଳେ

       କୋଟି ମୂର୍ଚ୍ଛନା ହୁଏ ନୀରବିତ ।

କ୍ରନ୍ଦନ ରୋଳ ଆକାଶ ଛୁଏଁ

ଗର୍ବିତ ପୁତ୍ର ହରାଇ ସିଏ

ନାହିଁ କଲ୍ଲୋଳ ବିଷର୍ଣ୍ଣ ରଚିଛି 

       ମ୍ରିୟମାଣେ ଆଜି ହୋଇଛି ଦଗ୍ଧ ।

ଯାହା ହୁଙ୍କାରେ ଶତ୍ରୁ ଆନତେ

ଶତ୍ରୁ ଶିବିରେ ଆତଙ୍କ ରଚେ

ସେହି ମହାନ ବିପିନ ରାୱତ

      ଚାଲିଗଲେ ଭୁଲି ସତେ କି ପଥ

       ସ୍ପନ୍ଦିତ ଆଜି ଭାରତ ବର୍ଷ।

ହେଲିକପ୍ଟର ଦୁର୍ଘଟଣାରେ

ସାତ ଜବାନ ତାଙ୍କ ସାଥିରେ,

ଶେଷ ସ୍ଵାକ୍ଷର ଜୀବନ ଅଧାରେ

       କରିଗଲେ କରି ଅଶ୍ରୁରେ ସିକ୍ତ

       ସ୍ପନ୍ଦିତ ଆଜି ଭାରତ ବର୍ଷ।

ଅଶ୍ରୁ ଧାରାରେ ଭାରତ ସ୍ନାତା

କୋଟି ହୃଦୟେ ତୁମରି ଗାଥା,

ଭଗ୍ନ ମନସ୍କ ଦେଶର ସଲାମ

       ଘେନ ହେ ପୂଜ୍ୟ ଅମର ଶହୀଦ

       ସ୍ପନ୍ଦିତ ଆଜି ଭାରତ ବର୍ଷ।


    




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy