Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

4  

Birakishore Nayak

Tragedy

ଗାନ୍ଧିଜୀଙ୍କ ସ୍ବପ୍ନ

ଗାନ୍ଧିଜୀଙ୍କ ସ୍ବପ୍ନ

1 min
290



ବହୁ ଝଡଝଞ୍ଜା ନୀରବେ ସହିଲେ

    ସନ୍ୟାସୀ ସମ ସେ ଜୀବନ ବହି,

ଦେଶର ସ୍ୱରାଜ ପାଇଁ ଲଢ଼ିଥିଲେ

  ବିଦେଶୀ ତାଡନା ଦେହରେ ସହି ।


ଅହିଂସା ତାଙ୍କର ଶ୍ରେଷ୍ଠ ଅସ୍ତ୍ର ଥିଲା

   ବୁଝିଥିଲେ ସିଏ ତାହାର ଶକ୍ତି,

ଜାଣିଥିଲେ ସିଏ ଭାରତରେ ଦିନେ

   ବିରାଜିବ ନିଶ୍ଚେ ସ୍ବର୍ଗୀୟ ଶାନ୍ତି ।


ଇଂରେଜ ମାନଙ୍କ ଅତ୍ୟାଚାର ଦେଖି

   ହୃଦୟେ ଭରନ୍ତି ବହୁ ବେଦନା,

ଓଠେ ସଦା ହସ ଅନ୍ୟ ଦୁଃଖ ପିଇ

   ସଭିଙ୍କୁ ଦିଅନ୍ତି ସଦା ସାନ୍ତ୍ୱନା ।


ସ୍ବପ୍ନ ଦେଖିଥିଲେ ସ୍ୱାଧୀନ ଭାରତେ

   ରାମରାଜ୍ୟ ସମ ଶାସନ ହେବ,

ସବୁ ନାଗରିକ ସମାନ ହୋଇବେ 

   ରହିବନି ଭାବ ଧନୀ ଗରିବ ।


ସମ ଅଧିକାର ମିଳିବ ସଭିଙ୍କୁ

   ନାରୀ ଓ ପୁରୁଷ ହେବେ ସମାନ,

ଶାନ୍ତି ମୈତ୍ରୀ ଭାବ ହେବ ଦେଶ ନୀତି

   ବଢିବ ବିଶ୍ୱରେ ଦେଶର ମାନ ।


ସବୁ ସ୍ବପ୍ନ ତାଙ୍କ ମିଳେଇ ଯାଇଛି

    ସମାଜବାଦର କବର ତଳେ,

ଧର୍ମ ରାଜନୀତି ଚାଲିଛି ଦେଶରେ

  ପୁଞ୍ଜିବାଦ ମିଥ୍ୟା ସପନ ବୋଳେ ।



Rate this content
Log in

Similar oriya poem from Tragedy