Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy Inspirational Children

4  

Birakishore Nayak

Tragedy Inspirational Children

ସିପାହୀ ବିଦ୍ରୋହର ସ୍ଫୁଲିଙ୍ଗ

ସିପାହୀ ବିଦ୍ରୋହର ସ୍ଫୁଲିଙ୍ଗ

1 min
358



     "ମଙ୍ଗଳ ପାଣ୍ଡେ "


ଦେଶର ସ୍ୱରାଜ ପାଇଁ ଆନ୍ଦୋଳନେ 

      ପ୍ରାରମ୍ଭିକ ଯଜ୍ଞାହୂତି,

ସିପାହୀ ବିଦ୍ରୋହ ରଚିଲା ସ୍ଵାକ୍ଷର

      ରକତର ଗାର କାଟି |

ଖ୍ରୀଷ୍ଟାବ୍ଦ ଅଠର ଶହ ଶତାବନେ

      ବିପ୍ଳବର ଅୟାରମ୍ଭ,

ଇଂରେଜ ଛାତିରେ ଭାରତ ପ୍ରହlରୀ

      ଦେଖାଇଲା ନିଜ ଦମ୍ଭ |

ଇଂରେଜ ମାନଙ୍କ ହୀନ ଚକ୍ରାନ୍ତରେ

     ହୋଇଥିଲା ଷଢଯନ୍ତ୍ର,

ହିନ୍ଦୁ ମାନଙ୍କର ଧରମ ଉପରେ

      କରିବାକୁ ଆକ୍ରମଣ |

ସିପାହୀ ମାନଙ୍କ ବନ୍ଧୁକ ଚାଳନେ

     ବ୍ୟବହୃତ ଯେଉଁ ଗୁଳି,

ଗୋରୁ ଚମଡାରେ ଦୃଢ଼େ ଆଚ୍ଛାଦିତ

     ହୋଇ ତାଙ୍କୁ ଥିଲା ମିଳି |

ଚମଡା ମଧ୍ୟରୁ ଗୁଳିକୁ ବାହାର

     କଲେ ଧର୍ମ ଚାଲିଯିବ,

ଦାନ୍ତରେ କାମୁଡି ଗୋରୁ ଚମଡାକୁ

     ଗୁଳି ଖୋଲିବାକୁ ହେବ |

ସିପାହୀ ମାନଙ୍କ ମନେ ଅସନ୍ତୁଷ୍ଟ

    ଭରିଥିଲା ଏଥିପାଇଁ,

ସେହି ବିକ୍ଷୁବ୍ଧତା ତୋଳିଲା ବିପ୍ଳବ

    ଇଂରେଜର ରକ୍ତ ପିଇ |

ଇଂରେଜର ବାଧ୍ୟ ବାଧକତା ପାଇଁ

    ମଙ୍ଗଳ ପାଣ୍ଡେ କ୍ରୋଧରେ,

ଚଳାଇଲେ ଗୁଳି ଅଧିକାରୀ ବକ୍ଷେ

   ମୃତ୍ୟୁ ଦେଲେ କ୍ଷଣକରେ |

ସେହି ଅପରାଧେ ଫାଶୀ ପାଇସିଏ

   ସହିଦ ଯେ ହୋଇଗଲେ,

ପ୍ରଥମ ବିପ୍ଳବ ସୃଷ୍ଟିକରି ସିଏ

    ଇତିହାସ ରଚିଥିଲେ |

ବେଙ୍ଗଲ ସଇନ ବାହିନୀ ର ସିଏ

    ସିପାହୀ ଭାବରେ ଜଣେ,

ବାରlକପୁର ରେ କାର୍ଯ୍ୟରତ ଥିଲେ

   ନାମ ଯଶି ବୀର ପଣେ |

ଖ୍ରୀଷ୍ଟାବ୍ଦ ଅଠର ଶହ ଶତାବନ

   ଏପ୍ରିଲ ମାସର ଆଠ,

ଉଗ୍ର ଦେଶପ୍ରେମୀ ମଙ୍ଗଳ ପାଣ୍ଡେଙ୍କ

   ସ୍ଵର୍ଗାରୋହଣ ଦିବସ |


Rate this content
Log in

Similar oriya poem from Tragedy