STORYMIRROR

Kalandi pal

Inspirational

4  

Kalandi pal

Inspirational

ସନ୍ତାନ

ସନ୍ତାନ

1 min
312


ଦୁଇଟି ଆତ୍ମାର  ପବିତ୍ର ମିଳନେ

    ଉତ୍ପନ୍ନ ପ୍ରଣୟ ଭବେ.

ପ୍ରଣୟରୁ ସୃଷ୍ଟି  କୀଟ ପତଙ୍ଗାଦି

    ପ୍ରଣୟୁ ସନ୍ତାନ ଲଭେ.!!


ସୃଷ୍ଟି ମୂଳମନ୍ତ୍ର  ସନ୍ତାନ ସନ୍ତତ

   ପିଢ଼ି ପରେ ଆସେ ପିଢ଼ି.

ନୋହିଲେ ପୃଥିବୀ କେଉଁ ଚିର କାଳୁ

    ଥାଆନ୍ତା ସାଗରେ ବୁଡି.!!


କରଜ ଶୁଝିବା  ସଞ୍ଚୟ କରିବା

   ଲଗାଇ ତାରେ କରଜ.

ଅସହାୟ କାଳେ  ସନ୍ତାନ ଶୁଝେରେ

    ତୁମ କରଜର ଚିଜ.!!


ସୁକର୍ମ ସୁଶିକ୍ଷା   ସୁସନ୍ତାନ ଦୀକ୍ଷା

   ପାଏ ଯେ ଜୀବନ ପଥେ.

ଅବନ୍ନତି ପଥ  ଭୋଗେ ନାହିଁ ସେତ

    ଆସୁ ଦୁଃଖ କଷ୍ଟ ଯେତେ.!!


କୁମ୍ଭାର ଗଢ଼ଇ  କଞ୍ଚା ମାଟି ନେଇ

    ଯା ଗଢେ କଅଁଳ ବେଳେ.

ଶତ ଚେଷ୍ଟା କଲେ ଶୁଖି ଗଲା ପରେ

    ଆଉ କି ବଦଳି ପାରେ.!!


ଜୀବନ ଯୌବନ  ଉପାର୍ଜିତ ଧନ

    କ୍ଷଣସ୍ଥାୟୀ ଭାସମାନ.

ଜୀବନ ଦର୍ଶନ  ଦେଲେ ଶିକ୍ଷା ଦାନ

    ପାଏ ଅମରତ୍ୱ ସ୍ଥାନ.!!


ଆଜିକା ସନ୍ତାନ  ଭବିଷ୍ୟତ ମାନ

   ଚାହେଁ ଆମ ଦେଶ ଜାତି.

ଆସରେ ଗଢିବା  ସୁସନ୍ତାନ ଆମେ

    ଛାତିରେ ମିଶାଇ ଛାତି.!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational