STORYMIRROR

Kalandi pal

Inspirational

4  

Kalandi pal

Inspirational

ଦେଶ ମୋ କୁଆଡେ ଯାଉଛି

ଦେଶ ମୋ କୁଆଡେ ଯାଉଛି

1 min
319


କୁମ୍ଭକର୍ଣ୍ଣ ସାଜି  ଶୋଇଛି ଜନତା

    ରାବଣ ଶାସନ କର୍ତ୍ତା

ଏକଛତ୍ରବାଦୀ    ଶାସନ ଚଳାନ୍ତି

     ଶୁଣନ୍ତିନି କାହା କଥା

  ଏଇ, ଆମ ଶାସନ ବ୍ୟବସ୍ଥା

ସାମ୍ବାଦିକ ଭାଇ  ବିଭୀଷଣ ହୋଇ

     ଦିଏ ସଚେତନ ବାର୍ତ୍ତା

ଶୋଇଛି ଜନତା ଲୁଟୁଛି ନେତା!!


ଟେଲି ପରଦାରେ ଖବର କାଗଜେ

     ଯେତେକ ଗୁମର କଥା

ସଚେତନ ପାଇଁ   ଜାହିର କରଇ

     ସାମ୍ବାଦିକ ମୁଖ୍ୟ ବାର୍ତ୍ତା

  ହେଲେ, ସବୁ ହୋଇଯାଏ ବୃଥା

ପାଞ୍ଚବରଷରେ ନିଦ ଭାଙ୍ଗେ ଥରେ

     ଜନତାଙ୍କ ଫେରେ ଚେତା

ଶୋଇଛି ଜନତା ଲୁଟୁଛି ନେତା!!


ଟାକି ରହିଥାନ୍ତି ନେତା ମୁଖ୍ୟ ମନ୍ତ୍ରୀ

    ରେସନ, ବାର୍ଦ୍ଧକ୍ୟ ଭତ୍ତା

ଇନ୍ଦିରା ଆବାସ  ପାଇଖାନା ବାସ

    ତାସାଥେ କମଳ ଛତା

  ବାଣ୍ଟେ, ମଦ ଟଙ୍କା କୁଜି ନେତା

ପାଞ୍ଚ ବରଷରେ  ଅରୁଚି ପାଟିରେ

     ଉଠିଲେ ନିଦୁ ଜନତା

ଶୋଇଛି ଜନତା ଲୁଟୁଛି ନେତା!!


ମାସଟେ ଚେଇଁବେ  ପୁଣି ଉଠିବେ

     କହିବେ ମନର କଥା

ପ୍ରତିଶୃତି ମିଥ୍ୟା ଦେଇ ତାଙ୍କୁ ନେତା

     କିଣନ୍ତି ଏଥର ମଥା

   ସବୁ, ମୁହଁରେ ଗୋଟିଏ କଥା

ଖାଇଛୁ ଯାହାଠୁ  ମଦ ମାଂସ ଏଠୁ

     ଦେବାନି ତା ମନେ ବ୍ୟଥା

ଶୋଇଛି ଜନତା ଲୁଟୁଛି ନେତା!!


ୠଣ ଲଘୁଚାପ   ଦାନା ବାନ୍ଧି ରୂପ 

     ଆସେ ମହା ଋଣ ବାତ୍ୟା

କବାଟକୁ କିଳି   କାନ୍ଦିବା ଗୁମୁରି 

     ସରବେ ନେତା ଜନତା

   କାହା, ମୁଣ୍ଡରେ ପଶୁନି ଚେତା

ସତଚାଳିଶି ମସିହା ପୂରୁବ ଅବସ୍ଥା

     ଭୋଗି ହେବା କି ହିନସ୍ଥା!!



Rate this content
Log in

Similar oriya poem from Inspirational