ଅପୂର୍ବ ବାସ୍ନା
ଅପୂର୍ବ ବାସ୍ନା
ଭିଜାମାଟିର କିପରି ଟି ବାସ୍ନା
ପୁଷ୍ପ ଗନ୍ଧରୁ ଭିନ୍ନ
କରେଟି ଆନନ୍ଦ ମନୁଷ୍ୟ ପ୍ରାଣ
ହୁଏ ମନ ପ୍ରସନ୍ନ।
ଖରା ଜ୍ୟେଷ୍ଠର ତାତି ଉଠେ ଭୂମି
ବ୍ୟାକୁଳ ଜନମନ
ସୂର୍ଯ୍ୟଙ୍କ କିରଣ ଭୟଙ୍କର ଟି
କଷ୍ଟକର ଟି ମନ।
ଘର ବାହାର ତାତି ଉଠୁଥାଏ
କାହିଁ ନାହିଁ ହିଁ ଶାନ୍ତି
ଅଦିନିଆ ମେଘ ମାଡ଼ି ଆସେ ଟି
ମନୁ ହଟେ ଟି ଭ୍ରାନ୍ତି।
ହୁଏ ସନ୍ଧ୍ୟା ବେଳେ ବଡ଼ ବର୍ଷା ଟି
ଜଳ ମଗ୍ନଟି ଭୂମି
ଭିଜାମାଟିର ବାସ୍ନାଟି ଚହଟେ
ଶୀତଳ ହୁଏ ଭୂମି।
କିପରି ବାସ୍ନା ପ୍ରଭୁଙ୍କ ଭିଆଣ
ପଟାନ୍ତାରଟି ନାହିଁ
କରେ ବିମୋହିତ ଦିଏ ଆନନ୍ଦ
ଏ ପରି ବାସ୍ନା କାହିଁ।
ଶୀତଳ ପବନ ଶିତେଇ ଆଣେ
ମନଟି ଉତ୍ସାହିତ
ସଙ୍ଗକୁ ତା ଭିଜାମାଟିର ବାସ୍ନା
ଜୀବନ ଆନନ୍ଦିତ।
ଅପୂର୍ବ ଦୃଶ୍ୟଟି ଆବିର୍ଭାବ ହିଁ
ଶକ୍ତି ବର୍ଣ୍ଣିବା କାର
ପୁଷ୍ପ ଗନ୍ଧ ସଙ୍ଗେ ଭିଜାମାଟିର
କାହିଁରେ ପଟାନ୍ତାର।
କିପରି ସୃଜନ କିପରି ନୀଳା
ପ୍ରଭୁ ଜାଣନ୍ତି ସବୁ
ଛାର ଏ ମାନବ ନ ବୁଝେଟି
କର୍ତ୍ତା ବ୍ରହ୍ମାଣ୍ଡ ସବୁ।
ଚରାଚର ପୃଥି ଭିଆଣ ତାଙ୍କ
ବିଚିତ୍ର ବାସ୍ନା ଭବେ
ଭିନ୍ନତା ରହିଛି ତାଙ୍କରି ନୀଳାରେ
ବୁଝିବ ଅବା କିଏ।
ମନମୋହୁ ଥାଏ ଭିଜାମାଟିଟି
ତୁଳନା ନାହିଁ ତାର
ତାର ସୁଗନ୍ଧ ଭରି ଦିଏ ପ୍ରାଣେ
ଆନନ୍ଦ ଟି ଅପାର
ଏ ପରି ସଂଯୋଗ କବି ପାଇଁରେ
ରଚୁ ଥାଏ କବିତା
କବିତାଟି ତାର ଦିଏ ସନ୍ଦେଶ
ଶିକ୍ଷା ପାଇଁ ମହତ୍ତ୍ଵା।
ଘନବର୍ଷା ଯୋଗୁଁ ଭିଜାମାଟିରେ
ଚାଲିବା କଷ୍ଟକର
ଗାଁ ଗହଳିରେ ଭରି ଯାଏ ଜଳ
ଶୀତେଇ ପବନର।
ରାତ୍ରି ନିଦ୍ରା ହୁଏ ସୁଖମୟଟି
ବର୍ଣ୍ଣିବା ଅସମ୍ଭବ
ଭିଜାମାଟିର ବାସ୍ନା ଦିଏ ଜନେ
ଖୁସି ଆନନ୍ଦେ ଭବ।