STORYMIRROR

Kalandi pal

Inspirational

4  

Kalandi pal

Inspirational

ମାଆ ଓ ମମତା

ମାଆ ଓ ମମତା

1 min
275


ମମତା ମୟୀ ସେ ମମତାରେ ଭାସେ

  ସଦା ଅନ୍ତର ଯାହାର 

ସେହି ଆମ ମାଆ ଦେଖାଏ ଦୁନିଆଁ

  ଖୋଲି ଆମ ଚକ୍ଷୁଦ୍ୱାର !!


ଦେଇ ରକ୍ତ ବିନ୍ଦୁ ଗଢେ ପ୍ରାଣ ସିନ୍ଧୁ

  ମମତା ବନ୍ଧନେ ବାନ୍ଧି 

ଦଶ ମାସ ଦଶ ଦିନ ଗର୍ଭେ ବାସ

  କଷ୍ଟ ଭୋଗି ଦିନ ରାତି !!


ବକ୍ଷର ଅମୃତ ଦେଇ ଗଢେ ସେତ

  ସ୍ନେହର ପିତୁଳାଟିଏ 

ମମତା ଡୋରିରେ ମନ ମାନସରେ

   କ୍ଷଣେ ଦୁରେଇ ନ ଦିଏ !!


ଠୁକୁ ଠୁକୁ ଚାଲି ଦେଖି ମନେ ଭାଳି

  ଖୁସି କହିଲେ ନ ସରେ 

ମାଆ ଡାକ ତାରେ ଡାକି ଦେଲେ ଥରେ

  ସବୁ ଦୁଃଖ ସେ ପାଶୋରେ !!


କେତେ ଦେବାଦେବୀ ଡାକେ ମନେ ଭାବି

  ସନ୍ତାନ କୁଶଳ ଅର୍ଥେ 

ଅଶୁସ୍ଥତା ବେଳେ ବସେ ତା ପାଶରେ

   ଉଜାଗର ରହି ରାତ୍ରେ !!


ନିଜ ପେଟୁ କାଟି ପାଳେ ତା ସୃଷ୍ଟିଟି

  ଆତ୍ମହରା ଖୁସି ଦେଖି 

ସହୁଥାଏ ସଦା ଅଳି ଅର୍ଦ୍ଧଳୀ ତା

  ମନରେ ଦ୍ଵିଧା ନ ରଖି !!


ନୟନର ମଣି ତା ସନ୍ତାନ ପୁଣି

  ଘୋଡାଏ ପଣତ କାନି 

ଅଭୟର ବର  ଦିଏ ନିରନ୍ତର

  ତା ପଣତ କାନି ପୁଣି !!


ମମତାରେ ବନ୍ଧା ତା ଜୀବନ ସଦା

  ତେଣୁ ସେ ମମତାମୟୀ 

ଆଶୀର୍ବାଦେ ଯାର ଲଘେଁ ପାରାବାର

  ସନ୍ତାନ ଜଗତଜୟୀ !!


ତା ମମତା ସାଥେ ତୁଳନା କା ସାଥେ

  କଲେ ବି ସରି ନୁହଇ 

ଯେତେ ଦୁଃଖ ହେଲେ କେବେ ତା ଅନ୍ତରେ

  ଅଭିଶାପ ନ ଆସଇ !!


ତା ମୁଖୁ କଲ୍ୟାଣ ଭଲେ ଥାଅ ଧନ

  ନେଉଛି ଆଦରି ଦୁଃଖ 

ଆସୁ ଯେତେ ଦୁଃଖ ଭାବୁଥିବି ସୁଖ

  ଦେଖି ପରା ତୁମ ସୁଖ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational