STORYMIRROR

Lingaraja Dash

Inspirational

4  

Lingaraja Dash

Inspirational

ଶ୍ରବଣ କୁମାର

ଶ୍ରବଣ କୁମାର

1 min
420

"ଭଗ୍ୟଦୋଷେ ନଳରାଜା କାଟେ ଘୋଡାଘାସ

 ଭଗ୍ୟଦୋଷେ ହରିଶ୍ଚନ୍ଦ୍ର ମଶାଣିରେ ଦାସ

ଭାଗ୍ୟେ ଥିଲା, ରାମଚନ୍ଦ୍ର ଗଲେ ବନବାସ

ବିଧି ବିଧାନ ଅଲଙ୍ଘ୍ୟ ଘଟିବ ଅବଶ୍ୟ ।


ସୂର୍ଯ୍ୟବଂଶ ଅବତଂଶ ରାଜା ଦଶରଥ

ଧାର୍ମିକ ପ୍ରବର କୀର୍ତ୍ତି ସସାଗରା କ୍ଷାତ,

   ବିଭାବରି ଆଗମନେ 

ଶିକାର ସନ୍ଧାନେ ଚଳେ ସରଜୁ ପୁଲିନେ ।


ନିଘଞ୍ଚ କାନନ ପୂର୍ଣ୍ଣ ଘନ ଅନ୍ଧକାରେ

ନଦିଶଇ ପଥ,ବନ ପୂର୍ଣ୍ଣ ନିଶାଚରେ,

   ଜଳଘାଟ ଅନୁସରି,

ରହିଛନ୍ତି ନୃପ ଦେହଛପା ଦେଇକରି।


ଏକାଳେ ଶୁଭିଲା ଜଳଘାଟେ ସ୍ପଷ୍ଟ ଶବ୍ଦ,

ହସ୍ତୀ ଜଳପାନ ତୁଲ୍ୟ ହୋଇଲା ନିନାଦ,

     ଶବ୍ଦୁ ଦିଗ ନିରୂପଣ,

କରି,ବିନ୍ଧିଦେଲେ ନୃପ ଶବ୍ଦଭେଦୀ ବାଣ।


ଅବ୍ୟର୍ଥ ନିଶାଣ ଭେଦକଲା ଲକ୍ଷ୍ୟସ୍ଥଳ,

ଆର୍ତ୍ତଚିତ୍କାର ରେ କମ୍ପିଗଲା ବନସ୍ଥଳ,

     ରାଜା ହେଲେ ସ୍ତମ୍ଭୀଭୂତ,

ମାନବର ଆର୍ତ୍ତସ୍ବର ଏ ବଡ଼ ବିଚିତ୍ର।


ଅନ୍ଧକାରେ ଅଗ୍ରସର ନୃପ ଲକ୍ଷ୍ୟସ୍ଥଳେ,

ଦେଖିଲେ ଋଷିକୁମାର ପତିତ ଭୂତଳେ,

       ବହେ ଶୋଣିତର ଧାର,

ବିଦୀର୍ଣ କରିଛି ବକ୍ଷ ନୃପତୀଙ୍କ ତୀର।


ଫିଙ୍ଗି ଶର,ଶରାସନ ଭୂପତି ଭୂତଳେ,

ଶରବିଦ୍ଧ ଋଷିପୁତ୍ରେ ତୋଳିନେଲେ କୋଳେ,

        ଏ'କି ବିଡମ୍ବନା,

କୋମଳ ବାଳକ ଭୋଗେ ମୃତ୍ୟୁ ର ଯନ୍ତ୍ରଣା।


ସଭୟେ ପୁଚ୍ଛନ୍ତି ନୃପ ପରିଚୟ ତାର,

କ୍ଷୀଣସ୍ବରେ କହେ ମୁଁହି ଶ୍ରବଣ କୁମାର,

       ଅଟେ ଅନ୍ଧମୁନୀ ସୁତ

ପାଶେ ଜନକ ଜନନୀ ଅଛନ୍ତି ତୃଷାର୍ତ୍ତ ।


କିଏ ତୁମେ ଧନୁର୍ଦ୍ଧର ବାରେ ଦୟାକର,

ଜଳଦାନ ଦେଇ ତାଙ୍କ ତୃଷା ପରିସର,

       ଆକୁଳିତ ପ୍ରାଣ ନେଇ,

ଅନ୍ଧ ତାତ ମାତ ଥିବେ ତୋର ବାଟ ଚାହିଁ। 


କାଢିନିଅ ବକ୍ଷୁ ମୋର ଶାଣିତ ଭାରତ,

ଯନ୍ତ୍ରଣାର ଅବସାନ ହେଉ ହେଉ ନାୟକ,

       ମୋର ପିଣ୍ଡୁ ପ୍ରାଣ ପକ୍ଷୀ,

ଛାଡିଯାଉ, ଛାଡିଗଲି କରି ତାଙ୍କୁ ଦୁଃଖୀ ।


କରିଥିଲି ବ୍ରତ ତାଙ୍କୁ କରି ତୀର୍ଥାଟନ,

ଏ ସାରା ଭାରତେ ଦେଇ ତାଙ୍କୁ ପୁଣ୍ୟସ୍ନାନ

       କାନ୍ଦେ ବୋହି ତାଙ୍କ ଭାର

ଲଭିଲେ ସେ ଚକ୍ଷୁ ହେବେ ଅନ୍ଧତ୍ବରୁ ପାର ।


କାମନା ରହିଲା ଅଧା ବିନୀତ ବିଡମ୍ବନା

ଦୂର କରି ନ ପାରିଲି ଅନ୍ଧତ୍ବ ଯାତନା ,

        ଏହି ଅନୁନୟ ମୋର

ରଖିବ ଯତ୍ନେ ପିତା,ମାତାଙ୍କୁ ମୋହର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational