STORYMIRROR

Lingaraja Dash

Inspirational

3  

Lingaraja Dash

Inspirational

ଅକୁହା କଥା

ଅକୁହା କଥା

1 min
253

ପ୍ରଥିତ ଯଶା ମାନବ ତୁମେ ସ୍ୱର୍ଗୀୟ ଆଭା ଦୀପ୍ତ,

ମ୍ଳାନ କରୁଛ ଅମ୍ଳାନ ଜ୍ୟୋତି ହୀନ କାର୍ଯ୍ୟେ ହୋଇ ଲିପ୍ତ।


ସ୍ନେହ,ଶାନ୍ତି,ଦୟା, କ୍ଷମା, କରୁଣା ଦି ଦେବଦୁଲ୍ଲଭ ଗୁଣ,

ବିଲୁପ୍ତ ହୋଇଛି ଅନ୍ତରୁ ତୁମ୍ଭର କଳୁଷିତ ତୁମ୍ଭ ମନ।


ମାନବ ହୋଇଣ ଦାନବ ସାଜିଛ ହିଂସା, କ୍ରୋଧ ଆଶ୍ରାକରି,

ସୁମାର୍ଗ ତେଜିଛ,କୁମାର୍ଗ ଲୋଡିଛ ଅନ୍ୟାୟ ଅନୀତି କରି।


ମାତୃ, ଭଗ୍ନୀ ସମା ପରନାରୀ ପ୍ରତି ପ୍ରଲୁବ୍ଧ ହୋଇଛ ତୁମ୍ଭେ,

ଅପର ସମ୍ପଦ ହରଣ କରୁଛ ସ୍ଵୀୟ ପରାକ୍ରମ ଦମ୍ଭେ।


ଅଭୋଜ୍ୟ ଭୋଜନେ ପ୍ରଲୋଭିତ ହୋଇ ବରଣକରୁଛ ବ୍ୟାଧୀ

ଅକାଳ ବାର୍ଦ୍ଧକ୍ୟ,ଅସମୟ ମୃତ୍ୟୁ, ସହାୟ ତୁମ ଔଷଧୀ।


ଅଣଦେଖା କରି ଗୁରୁ ଗୁରୁଜନ ପିତା ମାତାଙ୍କ ଶ୍ରେଷ୍ଠତ୍ବ,

ବିଲୀନ ହୋଇଛି ସାଧକ ସାଧନା ଜ୍ଞାନୀ ଗୁଣୀଙ୍କ ପାଣ୍ଡିତ୍ୟ।


ଅହଙ୍କାର ଦୈତ୍ୟ ଗ୍ରାସ କରିଅଛି ହରାଇଅଛ ପ୍ରସିଦ୍ଧି,

ନିଶାଗ୍ରସ୍ତ ତୁମ ଦୁର୍ବଳ ଶରୀର ଭୁଲିଛ ଚଳଣି ବିଧୀ।


ହୋଇ ଲୋଭଗ୍ରସ୍ତ ଲୁଟିଛ ବନସ୍ତ,ମନ୍ଥିଛ ସାଗରବକ୍ଷ,

ଶ୍ବେତ ହିମାଳୟ ଉତ୍ତୁଙ୍ଗ ଶିଖର ଆରୋହଣେ ହେଲ ଦକ୍ଷ।


ଭୂଗର୍ଭ ଫଟାଇ ଲୁଟି ନେଉଅଛ ପ୍ରକୃତି ସାଇତା ଧନ,

ବିଦେଶୀ ହାତରେ ଅର୍ପଣ କରୁଛ ମୁକୁତା ମଣି କାଞ୍ଚନ।


ଅର୍ଥ ପ୍ରାପ୍ତିର କୁଛ୍ରସାଧନା ଅନ୍ଧ କରିଦେଇଅଛି,।

ବରାଙ୍ଗନା ଆଜି ବାରାଙ୍ଗନା ସାଜି ନଗ୍ନ ନୃତ୍ୟ କରୁଅଛି।


ଦେବାଳୟୁ ପ୍ରଭୁ ବିଗ୍ରହ ଚୋରାଇ,ବିକୁଛ ବିଦେଶୀ ହସ୍ତେ,

ସଂସ୍କୃତି କୁ ତୁମ ଉଜାଡି ଦେଉଛ ତୁଚ୍ଛ ଧନପ୍ରାପ୍ତି ଅର୍ଥେ ‌।


ଦେଖି ଅଧୋଗତି ମନେଜାଗେ ଭୀତି ସର୍ବନାଶ ଉପଗତ,

ରକ୍ଷାକର ଦୁସ୍ଥ ମାନବ ଜାତିକୁ ଜଗନ୍ନାଥ ଜଗତର ନାଥ।

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational