STORYMIRROR

Lingaraja Dash

Inspirational

3  

Lingaraja Dash

Inspirational

ପୌରୁଷ

ପୌରୁଷ

1 min
249

ନାରୀର ସମ୍ମାନ ସତୀତ୍ଵରେ ଯୋଡ଼ା

   ପୁରୁଷ ସମ୍ମାନ ପୌରୁଷରେ 

ପୌରୁଷ ବିହୀନ ମାନବ ଜୀବନ

   ବୃଥା ଏ ଅଳିକ ସଂସାର ରେ

ଏନ୍ତୁଡ଼ିଶାଳରୁ ଜୁଇ ଗାତ ଯାଏଁ

   ଦୀର୍ଘ ମାନବ ଜୀବନ 

ବୃଥା ଏ ଅସାର ସଂସାରରେ ତାର

   ଯଦି ନାହିଁ ପୌରୁଷର ଚିହ୍ନ।

ବ୍ରହ୍ମାବରେ ହୋଇ ମହାବଳୀୟାନ

   ତ୍ରିଦଶଙ୍କୁ କରି ବଶ 

ଦେଖିଣ ଏକାକୀ ଜନକ ନନ୍ଦିନୀ 

   ହରିଲା ଲଙ୍କା ନରେଶ।

ସବଂଶେ ନିଧନ ହୋଇ ଲଙ୍କରାଣ

   ରାମବାଣେ ଗଲା ନାଶ।

ଏହାକି ତା'ର ପୌରୁଷ। ?

କପି ଭାଲୁ ନେଇ ସାଗର ବନ୍ଧାଇ

   ରାମ--ରଘୁକୁଳ ଈଶ 

ଦଶଶିର ନାଶି ଭୂଭାର ଉଶ୍ୱାସୀ

   ପତ୍ନୀ ସାଥେ ଫେରିଲେ ସ୍ୱଦେଶ।

  ପ୍ରଜାଙ୍କ ବାକ୍ୟେ ବିବଶ 

ହୋଇ ରଘୁମଣି ସତୀଶିରୋମଣୀ

  ଜାନକୀ ଙ୍କୁ ଦେଲେ ବନବାସ।

  ଏହା କି ତାଙ୍କ ପୌରୁଷ ?

ଦ୍ୱାପର ଯୁଗରେ ଭୋଜବଂଶେ ଜାତ

   ପ୍ରତାପୀ ଦଇତ କଂସ 

ବିରଞ୍ଚିଙ୍କୁ ସେବି ବ୍ରହ୍ମଶକ୍ତି ଲଭି

   ସାଜିଲା ତ୍ରୀଦଶ ତ୍ରାସ 

  ରୋକିବାକୁ ନିଜ ନାଶ 

କାରାଗାରେ ରୁଦ୍ଧି ଭଗ୍ନୀ ଭିଣୋଇଙ୍କୁ

   ତାଙ୍କ ଛଅପୁତ୍ର କଲା ନାଶ 

  ଏହି କି ତାର ପୌରୁଷ ?

ସୂର୍ଯ୍ୟ ସମ ତେଜ ସୂର୍ଯ୍ୟ ପୁତ୍ର କର୍ଣ୍ଣ

   ହୋଇ ପରିସ୍ଥିତି ଦାସ 

ସୂତପୁତ୍ର ବୋଲି ହୋଇଲା ଲାଞ୍ଛିତ

   ବାହୁବଳେ ଦୁର୍ଯ୍ୟୋଧନ ମିତ୍ର

ମହାଦାନୀ ବୋଲି ଯଶ ପ୍ରସରିଲା

   କୁରୁକ୍ଷେତ୍ର ରଣେ ନାଶ।

  କେଉଁଠି ତା'ର ପୌରୁଷ ?

ମହାଧନୁର୍ଦ୍ଧର ଅର୍ଜୁନ କୁମର

    ମାତ୍ର ଚତ୍ତୁର୍ଦଶ ବର୍ଷ--

ବୟସେ ସ୍ଥାପିଲା ସୁବର୍ଣ୍ଣ କୀରତି

   ଚକ୍ରବ୍ୟୁହ କରି ଧ୍ୱଂସ।

ବାରମ୍ବାର ପରାଜୟ ଲଭି ସପ୍ତରଥୀ

   ଅଧର୍ମରେ କଲେ ନାଶ।

   ଏକି ନୁହେଁ ତା ପୌରୁଷ ?

ବାଲ୍ୟୁ ଲାଜକୁଳା ଲବଣୀ ପିତୁଳା

   ସତ୍ୟର ପୂଜାରୀ ମୋହନ ଦାସ

ବାରିଷ୍ଟର ହେଲା ବିଦେଶେ ବୁଲିଲା

   ଆଣ୍ଠୁ ନ ଲୁଚିବା ଲୁଗା ତା ବାସ 

ଅହିଂସା ଅସ୍ତ୍ରରେ ଶତୃଙ୍କୁ ତଡିଲା

   ସ୍ୱାଧୀନ କରିଲା ଭାରତ ବର୍ଷ।

  ବିଶୁ ମହାରଣା ବଳା 

ବାର ବରଷର କୋମଳ ବାଳକ

   ମନ୍ଦିର ମୁଣ୍ଡି ମାରିଲା।

ବାରଶହ ଶିଳ୍ପୀ ପ୍ରାଣ ରକ୍ଷାପାଇଁ

    ସମୁଦ୍ରରେ ଦେଲା ଝାସ 

ଏକି ନୁହେଁ ତାଙ୍କ ପଉରୁଷ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational