STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ନୂଆ ବରଷ ନୂଆ ଉଲ୍ଲାସ

ନୂଆ ବରଷ ନୂଆ ଉଲ୍ଲାସ

1 min
262

ଆସୁଅଛି ନୂଆ ବର୍ଷ ଆଶା ଅଭିଳାଷ ନେଇ,

  ଚିନ୍ତିତ କରୁଛି ପୁଣି ଓମିକ୍ରନ୍ ରୋଗ ନେଇ।


ଓମିକ୍ରନ୍ ଅଟେ ପୁଣି କରୋନାର ସେହୁ ଅଂଶ,

  ମାଡ଼ି ଆସୁ ଅଛି ଦେଶେ ଏହୁ ଅଦୁର୍ଶର ବଂଶ।


ଖୁସି ଆନନ୍ଦର ସଙ୍ଗେ ଚିନ୍ତିତରେ ମନ ଅଛି,

  ତଥାପି ଏମନ ପ୍ରାଣେ ନୂଆ ବର୍ଷକୁ ଦେଖୁଛି।


ଭୁଲୁ ନାହିଁ ଅତୀତର ସେହୁ କରୋନା ତାଣ୍ଡବ,

   ଶୁଭୁ ଅଛି ହୃଦୟରେ ଭୟାବହ ସେହୁ ରାବ୍।


ମାନବ ଜୀବନ ନୁହେ ଦିନ ଦଣ୍ଡ ମାସ ବର୍ଷ

   କର୍ମେ ଜିଏ ନର କର୍ମ ଏକ ଅଟେହିଁ ସର୍ବଶ୍ବ।


ମନରେ ଉଦବେଗ ପୁଣି ଆସେ ନୂଆ ବର୍ଷ,

  ଆତ୍ମନିର୍ଭରଟି ହୋଇ ଦେଶେ ଆଣିବଟି ହର୍ଷ।


କର୍ମମୟ ଏ ଦୁନିଆ କର୍ମ ଅଟେ ସର୍ବୋପରି,

  ଆସୁ ପଛେ ବାଧାବିଘ୍ନ ଥିବା କର୍ମକୁଟି ଧରି।


ଯାହା ଭି କରିବା ଏହୁ ନୂଆ ବର୍ଷରେ ହିଁ ଆମେ,

 ଡ଼ାକ୍ତରର ପରାମର୍ଶ ନିତ୍ୟେ ରଖିବା ଟି ଆମେ।


ମାସ୍କ ପିନ୍ଧିବା ଟି ହେଉ ନିତି ଆମ ଅଳଙ୍କାର,

  ଦୂରତା ରଖିବା ହେଉ ଏହୁ ଜୀବନ ଆଧାର।


ବାହାରୁ ଆସିଲେ ହାତ ଧୁଆ ଆବଶ୍ୟକ ହେଉ,

 କର୍ମପଥେ କର୍ମ ନିତ୍ୟେ ଆମ ଆଦରରେ ହେଉ।


ଭୟ ବୋଲି କିଛି ବସ୍ତୁ ନାହିଁ ଏ ଭବ ସଂସାରରେ,

 ଘଟିବା ଘଟଣା ଘଟେ ଏହୁ ଆମ ଜୀବନରେ।


ଆନନ୍ଦ ଉତ୍ସାହେ ଆଗମନ ବର୍ଷକୁ ମାନିବା,

 ପଛ କଥା ନିତ୍ୟେ ସବୁ ଏହୁ ମନୁ କାଢ଼ି ଦେବା।


ନୂଆ କଳେବର ପୁଣି ଏହୁ ଜୀବନେ ଆଣିବ,

 ରାଷ୍ଟ୍ରର ନିର୍ମାଣେ ଏହୁ ପ୍ରଭୁ ଆଶିର୍ବାଦ ହେବ।


ହେବ କିପରି ଟି ବିଶ୍ବଗୁରୁ ଆମ ଏହୁ ରାଷ୍ଟ୍ର,

 ନୂଆ ବର୍ଷେ ନୂଆ ସ୍ବପ୍ନ ପୂର୍ଣ୍ଣ କରୁ ଏହୁ ରାଷ୍ଟ୍ର।


ସବୁ ଗୁଣେ ସମ୍ପନ୍ନ ରହୁ ଏ ପବିତ୍ର ଭାରତ,

 ବୈଭବର ଗାଥା ଲେଖୁ ଏହୁ ଦେଶ ଆର୍ଯାବର୍ତ୍ତ।


ଶପଥ କରିବା ଆମେ ଆଗମନ ନୂଆ ବର୍ଷେ,

ହେବା ଆତ୍ମନିର୍ଭରଟି କର୍ମେ ନୂଆ ଏହୁ ବର୍ଷେ।


କରିବାଟି ଜନସେବା ଜୀବନର ମହାମନ୍ତ୍ରେ,

 ସତ୍ୟନିଷ୍ଠା ନିସ୍ବାର୍ଥର କର୍ତ୍ତବ୍ୟର ଧର୍ମ ମନ୍ତ୍ରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational