ଶୀତ ଲହରୀ
ଶୀତ ଲହରୀ


ପୁଷ ମାଘ ମାସ ଶୀତ ଋତୁ ଇଏ
ଧାଇଁ ଆସିଛି ଧରାକୁ ।
ଶୀତ ଶୀତ ଲାଗେ ଦିହକୁ ଆମର
ଅଧିକ ସଞ୍ଜ ବେଳକୁ ।
ମାଡିଆସେ କେବେ ଶୀତର ଲହରୀ
ଦିହକୁ ଦିଏ ଥରାଇ ।
ଶୀତ ଲୁଗାପଟା ପିନ୍ଧି ଚଳୁଥିଲେ
ଟିକିଏ ତ୍ରାହି ମିଳଇ ।
ମାଘ ମାସେ ଶୀତ ଆସେ ବାଘ ପରି
ସଭିଙ୍କୁ ଏକଥା ଜଣା ।
ଶୀତର ଲହରୀ ମାଡି ଆସି ଆମ
ବୁଦ୍ଧି କରେ ବାଟବଣା ।
ରକ୍ଷା ପାଇବାକୁ ଶୀତ ଲହରୀରୁ
ଘରକୁ ଉଷୁମ କର ।
ରୁମ୍ ହିଟରକୁ ଲଗାଇବ ଯଦି
ଶୀତକୁ ନଥିବ ଡର ।
ଘର ବାହ
ାରକୁ ଯିବାଲାଗି ତୁମ
ମନ କେବେ ନବଳାଅ ।
ଶୀତ ଲହରୀ ତ ବାହାରେ ବହୁଛି
କିଆଁ ଯିବ ତୁମେ କହ ।
ସଞ୍ଜ ସକାଳରେ ରାତି ଆସିଗଲେ
ବଢଇ ଶୀତ ଲହରୀ ।
ବୁଢାବୁଢୀଙ୍କର ଚିନ୍ତା ବଢିଯାଏ
କିପରି ହୋଇବେ ପାରି ।
ଘୋଡିଘାଡି ହୋଇ ରଖନ୍ତି ଉହ୍ମେଇ
କେହି ତାଙ୍କ ପାଶେ ପାଶେ ।
ନିଆଁ ପୁଆଁଇଲେ ଘରେ ରହିଥିଲେ
ଶୀତ ଲହରୀ ନ ତ୍ରାସେ ।
ଥଣ୍ଡା କାଶ କଫ ଶ୍ୱାସ ରୋଗୀଙ୍କର
ବଇରି ଶୀତ ଲହରୀ ।
ସେବା ଯତନରେ ରଖିଲେ ତାହାଙ୍କୁ
କିଛି ନପାରିବ କରି ।