STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପହିଲି ଭୋଗ

ପହିଲି ଭୋଗ

1 min
329


ଶ୍ରୀମନ୍ଦିରେ ବିଜେ ଜଗତ ଠାକୁର

     ନୀଳଚକ୍ରେ ଉଡ଼େ ଧ୍ବଜା

ସିଂହଦ୍ୱାରେ ଉଭା ପଟୁଆର ଗୋଟି

    ବାଜଇ ତେଲିଙ୍ଗି ବାଜା l


ବରୁଣ ପୁରରୁ ଚାରଣ ଆସିଛି

    ଆହେ ନୀଳାଦ୍ରୀ ଚନ୍ଦ୍ରମା

ପଉଷ ମାସରେ ବାପଘର ଯିବେ

    ମହାଲକ୍ଷ୍ମୀ ସିନ୍ଧୁ ଜେମା l


ଛପନ ନୈବେଦ୍ୟ ଷାଠିଏ ପଉଟି

      ରାନ୍ଧି ଥାନ୍ତି ଠାକୁରାଣୀ

ମଣୋହି କିପରି ହୋଇବ ମଣିମା

       ଚିତ୍ତେ ଚିନ୍ତ ଚିନ୍ତାମଣି l


ସଜ ହୋଇଲେଣି ମାଆ ସଙ୍ଗେ ଧରି

     ଯେତେ ଦାସୀ ପରିବାରି

ଦେଢ଼ଶୂର ଦେଲେ ସମ୍ମତି ତହିଁରେ

       ଆଗ ପଛ ନ ବିଚାରି l


ମହାପ୍ରଭୁ ତହୁଁ କହନ୍ତି ଵିହସି ଶୁଣ

          ପଣ୍ଡା ପଢ଼ିଆରୀ

ଗୋପପୁରୁ ତୁମ୍ଭେ ଯଶୋଦା ମାତାଙ୍କୁ

    ଘେନିଆସ ବେଗ କରି l


ମନେପଡ଼େ ମୋର ଦ୍ୱାପରର କଥା

     ମମତା ଯଶୋଦା ମାତା

କୋଳରେ ବସାଇ ଭୁଞ୍ଜାଇ ଦିଅନ୍ତି

      କହି କେତେ ଉପକଥା l


ସାଦରେ ଭୁଞ୍ଜାନ୍ତି ଗୋଟିକା, ଅଧାମ

        ସର,ଦଧି ଓ ଲବଣୀ

ଗେଲ କରୁ ଥାନ୍ତି ଗୁମୁରି ଗୁମୁରି

      ଦୁଃଖୀଧନ ନୀଳମଣି l


ଗୋପପୁରେ ଯାଇ ଖବର ରଟିଲା

     ଉସତ ଯଶୋଦା ମାତା

ନୀଳମଣି ମୋର ମଥୁରାକୁ ଗଲା

    ମନେରଖିଛି ମୋ କଥା l


କେତେ ଯୁଗ ଧରି ଚାହିଁ ରହିଛି ମୁଁ

       ଆଖିରୁ ମଲାଣି ପାଣି

ନୀଳାଚଳୁଁ ଆଜି ବାରତା ଆସିଛି

     ଡାକିଛି ମୋ ନେତ୍ରମଣି l


ଗୋପପୁରୁ ମାଆ ଯଶୋଦା ଆସିଲେ

       ଆନନ୍ଦ ଭଦ୍ରା ଗୋବିନ୍ଦ l

ପହିଲି ଭୋଗରେ ପ୍ରଭାତ ମଣୋହି

         ହସୁଥାନ୍ତି ବଳଭଦ୍ର l

            


Rate this content
Log in

Similar oriya poem from Inspirational