Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଶୀତବସ୍ତ୍ର

ଶୀତବସ୍ତ୍ର

1 min
359


ମିତରେ ମିତ ଆସିଲା ଶୀତ

ଡରାଇଲାଣି ଯେବେ

ବଜାର ଯାଇ ଶୀତ ବସନ

କିଣି ଆଣିବା ଏବେ ।


ନଥିବ ଡର ଶୀତକୁ ଆମ

ବାନ୍ଧିବା ମଫଲର 

ଜାକେଟ୍ ଗ୍ଳୋଭ୍ସ ସକ୍ସ ପିନ୍ଧି

କରିବା କାରବାର ।


ଚାଦର ଅବା ଶାଲ୍ ଗୋଟିଏ

ଦେହରେ ପକାଇବା 

ରାତି ହୋଇଲେ କମ୍ବଳଟିଏ

ଆମେ ଘୋଡାଇ ହେବା ।


ଅଧିକ ଶୀତ ଆସିବ ଯେବେ

ରେଜେଇଟିଏ ଆଣି

ରାତିରେ ଆମେ ଘୋଡେଇ ହେଲେ

ଶୀତ ହାରିବ ଜାଣି ।


ମଥାରେ ଥିବ ଉଲେନ୍ ଟୋପି

ସଞ୍ଜ ସକାଳେ ତୋର

ଶୀତ ବସନ ଦେହରେ ଥିଲେ

ଶୀତକୁ କିଆଁ ଡର ।


ଗରମ ସାର୍ଟ ପ୍ୟାଣ୍ଟ କୋଟ୍

ପିନ୍ଧିବା ଯଦି ଆମେ 

ନଥିବ ଶୀତ ଶୀତକୁ ତେବେ

ଡରିବା କିଆଁ ଆମେ ।


ଭଳିକି ଭଳି ଶୀତ ବସନ

ମିଳୁଛି ବଜାରରେ 

ଯାଇ ଦେଖିବା ଭଲ ଲାଗିବ

କିଣି ଆଣିବା ଥରେ  ।


ଗରିବ ଲୋକ ଦେଖ ବାଣ୍ଟିବା

ଶୀତ ବସନ କିଛି 

ଶୀତରୁ ଟିକେ ରକ୍ଷା ପାଇବେ

ମନରେ ମୋର ଅଛି ।


Rate this content
Log in