Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

1 min
403



ଆଚାରେ ଲକ୍ଷ୍ମୀ ବିଚାରେ ପଣ୍ଡିତ

ଜନ ମୁଖୁ ଶୁଣାଯାଏ

ଏହି ସତ୍ୟବାଣୀ ମାନବ ସମାଜେ

କେବେ ବି ଅନ୍ୟଥା ନୁହେଁ ।


ଶୁଦ୍ଧତା ଜଳରେ ଅନ୍ତର ବାହାର 

ନିତି କଲେ ବିଶୋଧିତ

ଆଚରଣ ହୁଏ ଆପେଆପେ ଶୁଦ୍ଧ 

ଲକ୍ଷ୍ମୀ ହୋନ୍ତି ବିରାଜିତ ।


ଅନାଚାର ଆଉ କୁଭାବନା ରଖି

ବାଟ ଚାଲୁଥାଏ ଯିଏ

ଜୀବନରେ କେବେ ସଫଳତା ଶିଢି଼

ଚଢ଼ି ନ ପାରଇ ସିଏ ।


ମାଦକ ନିଶାରୁ ଅଶୁଦ୍ଧି କର୍ମରୁ 

ଧନଲକ୍ଷ୍ମୀ ଆସି ଫେରେ

ଧରି ରଖିବାର ଅପଚେଷ୍ଟା କଲେ

ଭରସି ରହି ନ ପାରେ ।


ଜ୍ଞନୀ ସୁପଣ୍ଡିତ ପବିତ୍ର ବିଚାରେ

ଯେମିତି ଭରନ୍ତି ଖୁସି

ଲକ୍ଷ୍ମୀବନ୍ତଟିଏ ସୁଗୁଣେ ଲକ୍ଷ୍ମୀଙ୍କୁ

ସେମିତି ଆଣେ ଆକର୍ଷି ।


ଲକ୍ଷ୍ମୀ ପୁରାଣରେ ଏ ଆଚାର ଗାଥା

ଯେତେ ହୋଇଛି ବର୍ଣ୍ଣିତ

ସଂସାର କ୍ଷେତରେ ସେ ମଞ୍ଜି ବୁଣିଲେ

ଜୀବନେ ନିଶ୍ଚେ ବିଜିତ ।



Rate this content
Log in

Similar oriya poem from Inspirational