STORYMIRROR

MADHU MITA

Inspirational

4  

MADHU MITA

Inspirational

ସନେଟ୍-ମହିମାମୟ ବନ୍ଧୁ

ସନେଟ୍-ମହିମାମୟ ବନ୍ଧୁ

1 min
250


ମହିମା ତାହାର କାହାକୁ ଅଜଣା କହି ପାରିବ କି କେହି…!

ମହିମା ବଳରେ ବାନ୍ଧିଛି ଜଗତ ଫିଟି ପାରିନାହିଁ କେହି…!!

ମହିମା ତାହାରି ବଞ୍ଚେଇ ରଖିଛି କୀଟଠାରୁ ବ୍ରହ୍ମ ଯାଏଁ…!

ମହିମା ବଳରେ ସଞ୍ଚରିଛି ପ୍ରାଣ ଶରୀର ବଞ୍ଚିବା ଯାଏଁ…!!


ବନ୍ଧୁ ପରି ସିଏ ବନ୍ଧୁଟିଏ ସତେ ତା' ବନ୍ଧୁତା ଯେ ମହାନ…!

ବନ୍ଧୁ ମହାନ୍ତିକୁ ଭୋଗଥାଳି ଦେଇ ରଖିଛି ସେ ତା' ଜୀବନ…!!

ବନ୍ଧୁ ବଳେ ପୁଣି ବିଦୁର ଭବନେ ଚୋପା କରିଛି ସେବନ…!

ବନ୍ଧୁ ହୋଇ ପୁଣି ସୁଦାମା ଦୀନର ଦୈନ୍ୟହରି ଦେଲା ଧନ…!!


ମହିମା ଦେଖାଇ କୁବୁଜା କୁରୁପୀ କୁଜ ଚୋରେଇ ସେ ନେଲା…!

ମହିମା ଦେଖାଇ କୁରୁସଭା ପରେ ଦ୍ରୌପଦୀ ଲାଜ ରଖିଲା…!!

ମହିମା ସଞ୍ଚାରି ରୋଗୀ ଦୁଃଖୀ ଶୋକ କ୍ଷଣିକରେ ଦୂରକରେ…!

ମହିମା ସଞ୍ଚାରି ମାର୍କଣ୍ଡେୟ ପରି ଦୀର୍ଘଜୀବୀ କରି ପାରେ…!!


ବନ୍ଧୁ ସମ ଥାଏ ଜୀବନ ଯୁଦ୍ଧରେ ମନ ରଥେ ସେ ସାରଥୀ…!

ବନ୍ଧୁ ସେ ପାର୍ଥିବ ପାର୍ଥରୂପୀ ଦେହେ ମହିମାମୟ ଭୂପତି…!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational